ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମଙ୍ଗଳବାର ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳ ବନଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ପଞ୍ଚସଖା ସମାଧି ପୀଠରେ ପହଞ୍ଚି ପଞ୍ଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ୧୧ଟା ୪୫ରେ ବକୁଳ ବନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏଥିପାଇଁ ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ମାଟି, ନଦୀଜଳ ସହାୟତାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବକୁଳ ବୃକ୍ଷର ଚାରା ରୋପଣ କରି ସାରିବାପରେ ସଭାକୁ ଯାଇ ଉଦ୍‌ବୋଧନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ, ପୁରୀ ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର କୁମାର ସେଠୀ, ଉନ୍ନୟନ କମିସନର ଏସ୍‌.ବାଳକୃଷ୍ଣ, ଉଚ୍ଚ ଶିକ୍ଷା ସଚିବ ପ୍ରମୁଖ ଯୋଗ ଦେଇଥିଲେ।

Comment