ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ଆଗାମୀ ୪୮ ଘଣ୍ଟା ଯାଏଁ ନେଟ୍‌ଓ୍ଵାର୍କ ଫେଲ୍‌ଓ୍ଵର୍‌ର ସମ୍ମୁଖୀନ ହୋଇପାରନ୍ତି।

ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀରେ ଇଣ୍ଟରନେଟ୍ ସେବା ଠପ୍ ହେବାକୁ ଯାଉଛି। ମୁଖ୍ୟ ଡୋମେନ୍‌ ସର୍ଭର୍‌ଗୁଡ଼ିକର ନିୟମିତ ମରାମତି କରାଯିବା ନିମନ୍ତେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇପାରେ। ସେଥିପାଇଁ ବିଶ୍ୱବ୍ୟାପୀ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ନେଟ୍‌ଓ୍ଵାର୍କ ଫେଲ୍‌ଓ୍ଵର୍‌ର ସମ୍ମୁଖୀନ ହୋଇପାରନ୍ତି।

ଏକ ରୁଷୀୟ ଗଣମାଧ୍ୟମ ରିପୋର୍ଟରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ମୁଖ୍ୟ ସର୍ଭର୍‌ ସମେତ ସେସବୁ ସହ ସମ୍ପୃକ୍ତ ନେଟ୍‌ଓ୍ଵାର୍କଗୁଡ଼ିକ କିଛି ସମୟ ପାଇଁ ବନ୍ଦ ରହିବ। ଏହି କାରଣରୁ ବିଶ୍ୱବ୍ୟାପୀ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ନେଟ୍‌ଓ୍ଵାର୍କ କନେକ୍‌ସନ୍‌ ଫେଲ୍‌ଓ୍ଵର୍‌ର ସମ୍ମୁଖୀନ ହେବେ।

ଏହି ସମୟ ମଧ୍ୟରେ ଇଣ୍ଟର୍‌ନେଟ୍‌ର ଆଡ୍ରେସ୍‌ ବୁକ୍‌ ବା ଡୋମେନ୍‌ ନେମ୍‌ ସିଷ୍ଟମ୍‌କୁ ସୁରକ୍ଷା ଦେବାରେ ସହାୟକ ହେଉଥିବା କ୍ରିପ୍‌ଟୋଗ୍ରାଫିକ୍‌ କି’ ପରିବର୍ତ୍ତନ କରି ମରାମତି କାମ କରିବ।  ‘ଇଣ୍ଟର୍‌ନେଟ୍‌ କର୍ପୋରେସନ୍‌ ଅଫ୍‌ ଆସାଇନଡ୍‌ ନେମ୍ସ ଆଣ୍ଡ ନମ୍ବର୍ସ (ଆଇସିଏଏନ୍‌ଏନ୍‌) କହିଛି, “ବଢ଼ି ଚାଲିଥିବା ସାଇବର୍‌ ଆକ୍ରମଣକୁ ମୁକାବିଲା କରିବାକୁ ଏହାର ରକ୍ଷଣବେକ୍ଷଣ କରିବା ନିହାତି ଜରୁରୀ”।

ତେଣୁ ଆସନ୍ତା ୪୮ ଘଣ୍ଟା ଯାଏଁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ୱେବ୍‌ପେଜ୍‌ ଆକ୍ସେସ୍‌ କରିବା ଏବଂ କୌଣସି ଟ୍ରାନ୍‌ଜାକ୍‌ସନ୍‌ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି।

Comment