ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏବଂ ଗଜପତି ଜିଲ୍ଲାର ବାରଘର। ବନ୍ୟା ପ୍ରଭାବିତ ଏହି ଦୁଇଟି ଅଞ୍ଚଳ ପରିଦର୍ଶନ କରିବେ ଏବଂ ଲୋକଙ୍କୁ ଭେଟିବେ। ଭୁବନେଶ୍ୱରରୁ ସ୍ବତନ୍ତ୍ର ହେଲିକପ୍ଟରରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ।

ତିତ୍‌ଲି ପ୍ରଭାବରେ ଭଞ୍ଜନଗର ଏବଂ ବାରଘରରେ ବ୍ୟାପକ କ୍ଷତି ହୋଇଥିଲା। ବନ୍ୟାରେ ଏହି ଦୁଇଟି ଅଞ୍ଚଳ ପ୍ରଭାବିତ ହୋଇଥିଲା। ପାହାଡ଼ ଧସିବାରୁ ବାରଘର ଗାଁର ୧୫ ଜଣ ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଭଞ୍ଜନଗରରେ ୬ ଜଣ ଲୋକ ଭାସି ଯାଇଥିଲେ। ଏବେ ସେଠାକାର ସ୍ଥିତି କ’ଣ ଅଛି ଏବଂ ରିଲିଫ୍ ସାମଗ୍ରୀ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ ତାର ତଦାରଖ କରିବେ ମୁଖ୍ୟମନ୍ତ୍ରୀ।

ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି।

ଗତ ଚାରି ଦିନ ତଳେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ସହ ୧୫ ଦିନ ପାଇଁ ରିଲିଫ ଘୋଷଣା କରିଥିଲେ।

Comment