ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ। ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି ଫାଟକ ଦେଇ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ।

କାଳିଆଣି ତନଖି ଫାଟକ ଦେଇ ପ୍ରତିଦିନ ୩୫ଟି ଚାରିଚକିଆ ଗାଡ଼ି ଏବଂ ପିଠାବଟା ଗେଟ୍ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ।

ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟମୟ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି। ହେଲେ ବର୍ଷାଦିନେ ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥାଏ। ଗତ ଜୁନ ୧୬ ତାରିଖରୁ ଶିମିଳିପାଳ ବନ୍ଦ ରହିଥିଲା।

ଶିମିଳିପାଳ ନ୍ୟାସନାଲ ପାର୍କ ୨୭୫୦ ସ୍କୋୟାର କିମି ଅଞ୍ଚଳରେ ଅବସ୍ଥିତ। ବାଘ ସଂରକ୍ଷଣ ପାଇଁ ଏହି ଅଭୟାରଣ୍ୟ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି।

Comment