ଓଡ଼ିଶାଲାଇଭ୍ ବ୍ୟୁରୋ

  • ମା’ ନାମରେ ଲାଗିଲା କଳଙ୍କ
  • ପୁଅ, ଝିଅଙ୍କୁ ବିଷ ପିଆଇ ହତ୍ୟା କଲା ମା’
  • ପୁଅ ଓ ଝିଅଙ୍କ ଶବ ଉଦ୍ଧାର
  • ମା’ ଗୁରୁତର

ନୟାଗଡ଼: ଖଣ୍ଡପଡ଼ା ବ୍ଲକ ଯୋଗିଆପଲ୍ଲୀ ପଞ୍ଚାୟତରେ ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୁଅ, ଝିଅଙ୍କୁ ବିଷ ପିଆଇ ମା’ ପୋଖରୀକୁ ଫିଙ୍ଗିଦେବା ସହ ନିଜେ ବିଷ ପିଇ ପୋଖରିକୁ ଡେଇଁ ପଡ଼ିଥିଲେ। ଏହି ଘଟଣାରେ ପୁଅ ଓ ଝିଅ ଉଭୟଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଯୋଗିଆପଲ୍ଲୀ ପଞ୍ଚାୟତ ଲକ୍ଷ୍ମି ପ୍ରସାଦ ଖୁଜୁରୀ ପୋଖରୀ ଗାଁର ଦମ୍ପତି ବାବୁ ଖୁଣ୍ଟିଆ ଓ ପତ୍ନୀ କଲ୍ୟାଣୀ ଖୁଣ୍ଟିଆଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା। ଏହି ପାରିବାରିକ ଝଗଡ଼ାକୁ କେନ୍ଦ୍ର କରି କଲ୍ୟାଣୀ ନିଜ ୫ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ବିଷ ପିଆଇ ଘର ପଛପଟେ ଥିବା ପୋଖରୀକୁ ଫିଙ୍ଗି ଦେଇଥିଲେ। ଏହା ପରେ କଲ୍ୟାଣି ନିଜେ ବିଷ ପିଇ ପୋଖରୀକୁ ଡେଇଁ ପଡିଥିଲେ।

ଗ୍ରାମବାସୀ ମାନେ ମା, ଝିଅ ଓ ପୁଅକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୁଅ ଏବଂ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ଥିଲେ। କଲ୍ୟାଣୀ ଏବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ପରେ ବାବି ଖୁଣ୍ଟିଆ ଫେରାର ଅଛନ୍ତି।

Comment