ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟ କୋହଲି ଆଜି ବିରାଟ ରେକର୍ଡ କରିଛନ୍ତି। ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କରି ରେକର୍ଡ କରିଛନ୍ତି କୋହଲି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ବିଶାଖାପାଟଣାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି କୋହଲି ୧୦ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି। କୋହଲି ଆଜି ୧୦୦ ରନ କରି ଏହି ସଫଳତା ପାଇଛନ୍ତି।

କୋହଲି ଆଜି ଦିନିକିଆରେ ୧୦ ହଜାର ରନ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ତେନ୍ଦୁଲକର ୨୫୯ତମ ଇନିଂସରେ ତେନ୍ଦୁଲକର ୧୦ ହଜାର ରନ୍ କ୍ଲବରେ ସାମିଲ ହୋଇ ରେକର୍ଡ କରିଥିଲେ। କୋହଲି ୨୦୫ତମ ଇନିଂସ୍‌ରେ ୧୦ ହଜାର ରନ କରି ସଚିନଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡ କରିଛନ୍ତି।

୧୦ ହଜାର ରନ କ୍ଲବରେ ସାମିଲ ହେବାରେ ବିରାଟ ହେଉଛନ୍ତି ୫ମ ଭାରତୀୟ ଖେଳାଳି। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଏବଂ ମହେନ୍ଦ୍ର ସିଂହ ଧୋନି ୧୦ ହଜାର ରନ କରିଥିଲେ।

ତେନ୍ଦୁଲକର ୧୮ ହଜାର ୪୨୬ ରନ କରିଥିବା ବେଳେ ଗାଙ୍ଗୁଲି ୧୧ ହଜାର ୩୬୩, ରାହୁଲ ଦ୍ରାବିଡ ୧୦ ହଜାର ୮୮୯, ଧୋନି ୧୦ ହଜାର ୪ ରନ କରିବାରେ ସମର୍ଥ ହୋଇଛନ୍ତି।

ଏହାସହ କୋହଲି ଆଜି ବିଶାଖାପାଟଣା ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ହେଉଛି ବିରାଟଙ୍କର ୩୭ତମ ଶତକ।

Comment