ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ତେଜିଛି। ଆଜି ସମ୍ବଲପୁରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ଓ ଦୌରା ଜଜ୍ ମଳୟ ଦାଶ କୋର୍ଟ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ଓକିଲମାନେ ଘେରି ଯାଇଥିଲେ। ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି ସମ୍ପର୍କରେ କ’ଣ ହେଲା ବୋଲି ପ୍ରଶ୍ନ କରିଥିଲେ।

ବିଚାରପତି ଓକିଲମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିନେବା ପାଇଁ ନିବେଦନ କରିଥିଲେ। କିନ୍ତୁ ଓକିଲମାନେ ଏହାକୁ ଶୁଣି ନଥିଲେ। ଏହାସହ ବିଚାରପତିଙ୍କୁ କୋର୍ଟକୁ ଯିବାକୁ ଦେଇ ନଥିଲେ। ଶେଷରେ ବିଚାରପତି ଘରକୁ ଫେରି ଆସିଥିଲେ।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ଜୋରଦାର ହୋଇଛି। ସମ୍ବଲପୁର ବାର୍ ଆସୋସିଏସନ ପକ୍ଷରୁ ସେପ୍ଟେମ୍ବର ୫ରୁ ଆନ୍ଦୋଳନ ଚାଲିଛି। କିନ୍ତୁ କୌଣସି ପ୍ରତିଶ୍ରୁତି ମିଳୁ ନଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ହେଉନି।

Comment