ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଶନିବାର ଆୱାପାଲ୍ଲି ନିକଟରେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ସିଆରପିଏଫ୍ ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଛନ୍ତି। ଫଳରେ ୪ ଜଣ ଯବାନ ସହିଦ ହୋଇଥିବା ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତ ଯବାନଙ୍କୁ ବାସାଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଜଣେ ଯବାନ ଡାକ୍ତରଖାନା ଯିବା ବାଟରେ ହିଁ ସହିଦ ହୋଇଥିଲେ। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ରାୟପୁର ମେଡିକାଲକୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଛି।

ସହିଦ ଯବାନଙ୍କ ଭିତରେ ଜଣେ ଓଡ଼ିଆ ଅଛନ୍ତି। ସେ ହେଉଛନ୍ତି ବି ଏମ୍ ବେହେରା ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ। ସେ ସିଆର୍‌ପିଏଫ୍ର ବୁଲେଟ ପ୍ରୁଫ୍ ଗାଡ଼ି ଚଳାଉଥିଲେ।

ବିଜାପୁରର ମୁର୍ଦେଣ୍ଡାରୁ ତିମାପୁର ରାସ୍ତାରେ ପାଟ୍ରୋଲିଂରେ ବାହାରିଥିବା ସିଆର୍‌ପିଏଫ୍ ଗାଡ଼ିକୁ ମାଓବାଦୀ ଟାର୍ଗେଟ କରିଥିଲେ।

ନଭେମ୍ବର ୧୨ରେ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଛତିଶଗଡ଼ରେ ରାଜନୀତି ପାଣିପାଗ ସରଗରମ୍ ରହିଥିବା ବେଳେ ମାଓବାଦୀଙ୍କ ତାଣ୍ଡବ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ୧୮ ମାଓବାଦୀ ଜିଲ୍ଲାରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ନିର୍ବାଚନ କମିଶନର ସମସ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ମାଓବାଦୀମାନେ ଆଜି ଚ୍ୟାଲେଞ୍ଜ ଦେଇଛନ୍ତି।

Comment