ଓଡ଼ିଶାଲାଇଭ୍‌ ବ୍ୟୁରୋ

Team Indiaଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାଜିତ କରିଛି।

ପଞ୍ଚମ ତଥା ଅନ୍ତିମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇ ୩-୧ରେ ସିରିଜ ହାତେଇଛି ଟିମ୍ ଇଣ୍ଡିଆ। ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମରୁ ହିଁ ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲା ୱେଷ୍ଟଇଣ୍ଡିଜ। ମାତ୍ର ୩୧.୫ ଓଭରରେ ୧୦୪ ରନ କରି ୱେଷ୍ଟଇଣ୍ଡିଜ ଦଳ ଆଉଟ ହୋଇଯାଇଥିଲା।

ଜବାବରେ ଭାରତ ମାତ୍ର ଗୋଟିଏ ୱିକେଟ ହରାଇ ୧୪.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରୋହିତ ଶର୍ମା ସର୍ବାଧିକ ୫୬ଟି ବଲରୁ ୬୩ ରନ କରିଥିଲେ। ଏଥିମଧ୍ୟରେ ୪ଟି ଛକା ଓ ୫ଟି  ଚୌକା ସାମିଲ ଥିଲା। ତେବେ ଆଜି ମଧ୍ୟ ଶିଖର ଧାୱନ ଶୀଘ୍ର ଆଉଟ ହୋଇଯାଇଥିଲେ।

Team india in Jolly Moodଗୋଟିଏ ଚୌକା ସହାୟତାରେ ୫ଟି ବଲ୍‌ରୁ ୬ ରନ ସଂଗ୍ରହ କରି ସେ ଓସନେ ଥାମାସଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ଅଧିନାୟକ ବିରାଟ କୋହଲି ୨୯ଟି ବଲରୁ ୬ଟି ଚୌକା ସହାୟତାରେ ୩୩ ରନ କରିଥିଲେ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଯଶପ୍ରୀତ ବୁମରାହା ଓ ଖାଲିଲ ଅହମ୍ମଦଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଛି। ଭୁବନେଶ୍ୱର କୁମାର ଏବଂ କେଦାର ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି। ଆଜି ପ୍ରଥମରୁ ହିଁ ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଓପନର କେ. ପାୱେଲ କୌଣସି ରନ ନକରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହେବାପରେ ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଆର ପାୱେଲ ୩୯ ବଲରୁ ୧୬ ରନ କରିଥିବା ବେଳେ ଖଲିଲ ଅହମ୍ମଦଦଙ୍କ ଦ୍ୱାରା ଆଉଟ ହୋଇ ପାଭିଲିଆନ ଫେରିଯାଇଥିଲେ। ଏସ୍ ହୋପ କୌଣସି ରନ ନକରି ଯଶପ୍ରୀତ ବୁମରାହାଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।

ଏମ୍‌ ସାମୁଏଲ୍‌ସ ୨୪, ବିସ୍ଫୋରକ ବ୍ୟାଟ୍ସମ୍ୟାନ ହେଟମେୟର ୯ ରନ କରିଥିଲେ। ଇଣ୍ଡିଜ ଦଳର ୩ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନଥିଲେ। ୨୦୦୬ ମସିହା ପରଠାରୁ ୱେଷ୍ଟଇଣ୍ଡିଜ କେବେ ଭାରତଠାରୁ ଏକ ଦିବସୀୟ ସିରିଜ ବିଜୟୀ ହୋଇନାହିଁ।

୨୦୦୬ ମସିହାରୁ ଇତି ମଧ୍ୟରେ ଦୁଇ ଦେଶ ମଧ୍ୟରେ ୭ଟି। ଏକ ଦିବସୀୟ ସିରିଜ ଖେଳାଯାଇଛି। ସେଥିରୁ ଭାରତ ୭ଟି ଯାକ ବିଜୟୀ ହୋଇଛି।

Comment