ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆରେ ରେକର୍ଡ କରିଛନ୍ତି ଭାରତୀୟ ଷ୍ଟାର ଓପନର ରୋହିତ ଶର୍ମା। ୫୬ ବଲରେ ୫ଟି ଚୌକା ଓ ୬ଟି ଛକା ମାରି ଅପରାଜିତ ୬୩ ରନ କରି ରେକର୍ଡ କରିଛନ୍ତି।

ଦିନିକିଆ କ୍ୟାରିୟରରେ ୨୦୦ଟି ଛକା ମାରି ରେକର୍ଡ କରିଛନ୍ତି ରୋହିତ। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଟାର ଓପନର।

ଆଫ୍ରିଦି ୧୯୫ ଇନିଂସରେ ଏହି ସଫଳତା ପାଇଥିବାବେଳେ ରୋହିତ ଶର୍ମା ୧୮୭ଟି ପାଳିରେ ଏହି କୃତିତ୍ୱ ହାସଲ କରିଛନ୍ତି।

ପୂର୍ବ ମ୍ୟାଚରେ ଆକର୍ଷଣୀୟ ୧୬୨ ରନର ଇନିଂସ ଖେଳିଥିବା ରୋହିତ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ । ରୋହିତ ୧୩୭ ବଲରେ ୨୦ ଚୌକା ଓ ୪ଟି ଛକା ମାରିଥିଲେ। ଏହି ମ୍ୟାଚରେ ରୋହିତଙ୍କ ନାଁରେ ୧୯୮ଟି ଛକା ସାମିଲ ଥିଲା।

ଗୁରୁବାର ମ୍ୟାଚରେ ରୋହିତ ୬ଟି ଛକା ମାରି ୨୦୦ ଛକା ମାରିବାରେ ରେକର୍ଡ କରିଛନ୍ତି। ସବୁଠୁ କମ୍ ଇନିଂସରେ ୨୦୦ ଛକା ମାରିବାରେ ରୋହିତ, ଆଫ୍ରିଦିଙ୍କ ପରେ ଡିଭିଲିୟର୍ସ ଅଛନ୍ତି। ଡିଭିଲିୟର୍ସ ମୋଟ ୨୧୪ଟି ଛକା ମାରିଛନ୍ତି।

ଚତୁର୍ଥ ସ୍ଥାନରେ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ପଂଚମ ସ୍ଥାନରେ ଥିବା କ୍ରିସ ଗେଲ ୨୪୧ ଛକା ମାରିଛନ୍ତି। ଭାରତ ପକ୍ଷରୁ ସବୁଠୁ ଅଧିକ ଛକା ମାରିବାରେ ରେକର୍ଡ ଧୋନୀଙ୍କ ନାଁରେ ରହିଛି। ବର୍ତମାନ ସୁଦ୍ଧା ୩୩୧ ଦିନିକିଆ ଖେଳିଥିବା ଧୋନୀ ୨୮୧ ଇନିଂସରେ ମୋଟ ୨୧୮ଟି ଛକା ମାରିଛନ୍ତି।

ସବୁଠୁ ଅଧିକ ଛକା ମାରିବାରେ ଧୋନୀ ବିଶ୍ୱର ଚତୁର୍ଥ ଖେଳାଳି। ଶାହିଦ ଆଫ୍ରିଦି ପ୍ରଥମ ସ୍ଥାନରେ ଅଛନ୍ତି। ଆଫ୍ରିଦି ୩୯୮ ଦିନିକିଆ ଖେଳି ୨୬୯ଟି ପାଳିରେ ୩୫୧ଟି ଛକା ମାରିଛନ୍ତି।

ଆଫ୍ରିଦିଙ୍କ ପଛକୁ କ୍ରିସ ଗେଲ ୨୭୫ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୭୦ଟି ଛକା ସହ ଶ୍ରୀଲଙ୍କାର ସନଥ ଜୟସୁରିଆ ତୃତୀୟ ସ୍ଥାନରେ ରହିଛନ୍ତି।

Comment