ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସଚିବାଳୟରେ ଶୁକ୍ରବାର ସନ୍ଧ୍ୟାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ଟିଡିସିସିର ଥିବା ୩୬ କୋଟି ଟଙ୍କାର ଋଣକୁ ରାଜ୍ୟ ସରକାର ପରିଶୋଧ କରିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଟିଡିସିସିକୁ ସମ୍ପୂର୍ଣ୍ଣ ଋଣମୁକ୍ତ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଋଣ ପରିଶୋଧ କରିବା ପରେ ଆଗାମୀ ବର୍ଷରୁ ଟିଡିସିସି  ବ୍ୟାଙ୍କରୁ ଋଣ ନେଇପାରିବ।

ଏହାସହ କ୍ୟାବିନେଟରେ ଓଡ଼ିଶା ୱେଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନ, ଜିଓଲୋଜିଷ୍ଟ ଏବଂ ଜିଓଫିଜିଷ୍ଟ କ୍ୟାଡର ପୁନର୍ଗଠନ କରିବା ଉପରେ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଜଳସମ୍ପଦ ଓ ଆରଡବ୍ଲ୍ୟୁଏସ୍‌ଏସ୍‌ କ୍ୟାଡର ପୁନର୍ଗଠନକୁ ମଞ୍ଜୁରି ମିଳିଛି।

ଅନୁସୂଚିତ ଜାତି, ଜନଜାତି ବିଭାଗରେ ଅତିରିକ୍ତ ନୂଆ ପଦବୀ ସୃଷ୍ଟି କରିବା ଉପରେ କ୍ୟାବିନେଟ ମୋହର ବାଜିଛି। ୯ ଅନ୍ୱେଷା ଜିଲ୍ଲାରେ ନିଯୁକ୍ତି ପାଇବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ। ଉଦ୍ୟାନ କୃଷି ଅଧିକାରୀ ନିଯୁକ୍ତି ନିୟମରେ ସଂଶୋଧନ କରାଯିବା ସହ ମତ୍ସ୍ୟ ବିଭାଗ ଅଧିକାରୀ ନିଯୁକ୍ତି ନିୟମକୁ କ୍ୟାବିନେଟରେ ସଂଶୋଧନ କରାଯାଇଛି।

Comment