ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଫଲାଇନ ଏବଂ ଅନଲାଇନରେ ମିଳୁଛି ହକି ପୁରୁଷ ବିଶ୍ୱକପ୍ ଟିକେଟ।

ନଭେମ୍ବର ୨୮ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁଭାରମ୍ଭ ହେବ ହକି ପୁରୁଷ ବିଶ୍ୱକପ୍ – ୨୦୧୮। ଏଥିପାଇଁ ସୋମବାରଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମର ବକ୍ସ ଅଫିସ ସମେତ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଆଉଟଲେଟ୍‌ରେ ଟିକେଟ ବିକ୍ରି ହେଉଛି। ଏହାଛଡ଼ା ଅନଲାଇନରେ ମଧ୍ୟ ଟିକେଟ ମିଳୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି। ହକି ପ୍ରେମୀମାନେ ଉଭୟ ଅନଲାଇନ ଏବଂ ଅଫ୍ ଲାଇନ ମାଧ୍ୟମରେ ଟିକେଟ ସଂଗ୍ରହ କରିପାରିବେ।

କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୯ ଏବଂ ବିଭିନ୍ନ ଆଉଟଲେଟରେ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଟିକେଟ ମିଳିପାରିବ।

ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ପାଇଁ ଜେନେରାଲ ଟିକେଟ ୨୦୦ ଟଙ୍କା (ଇଷ୍ଟ ଷ୍ଟାଣ୍ଡ), ୧୦୦ ଟଙ୍କା (ନର୍ଥ ଏବଂ ସାଉଥ ଷ୍ଟାଣ୍ଡ) ରହିଛି।

ନକଆଉଟ, ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଟିକେଟର ମୂଲ୍ୟ ୨୫୦ (ଇଷ୍ଟ ଷ୍ଟାଣ୍ଡ), ୧୦୦ ଟଙ୍କା (ନର୍ଥ ଏବଂ ସାଉଥ ଷ୍ଟାଣ୍ଡ) ରହିଛି।

ଯେଉଁ ହକି ପ୍ରେମୀମାନେ ଅନଲାଇନ ମାଧ୍ୟମରେ ଟିକେଟ କିଣିବାକୁ ଚାହୁଁଛନ୍ତି ସେମାନେ ଏହି ୱେବସାଇଟରୁ ଟିକେଟ ସଂଗ୍ରହ କରିପାରିବେ।

ହକି ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ରାଜେନ୍ଦ୍ର ସିଂ କହିଛନ୍ତି, “ଓଡ଼ିଶା ହକି ପୁରୁଷ ବିଶ୍ୱକପରେ ୧୬ଟି ଦେଶ ଭାଗନେବେ। ଖେଳ ପ୍ରେମୀଙ୍କ ପାଇଁ ଆଜିଠାରୁ କଳିଙ୍ଗ ଷ୍ଟାଡିୟମର ବକ୍ସ ଅଫିସ ସମେତ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଆଉଟଲେଟରେ ଟିକେଟ ବିକ୍ରି ହେଉଛି। ଟିକେଟ ସଂଗ୍ରହ କରି ଅଧିକରୁ ଅଧିକ ଲୋକ ଖେଳ ଦେଖିବାକୁ ଆସନ୍ତୁ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରନ୍ତୁ।”

Comment