ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ପକ୍ଷରୁ ଦୀପାବଳି ଉପଲକ୍ଷେ ଏକ ନୂଆ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି। ଏହା ମାଧ୍ୟମରେ ଗ୍ରାହକ ମାତ୍ର ୧୬୯୯ ଟଙ୍କା ଦେଇ ସମ୍ପୂର୍ଣ୍ଣ ୧ ବର୍ଷ ଯାଏଁ ସେବା ପାଇ ପାରିବେ। ଏହି ପ୍ଲାନ ଅନୁସାରେ ଦିନକୁ ୧.୫ ଜିବି ୪-ଜି ଡାଟା ମିଳିବ। ଏହାର ଅର୍ଥ ହେଉଛି ବର୍ଷକୁ ଗ୍ରାହକ ମୋଟ ୫୪୭.୫ ଜିବି ଡାଟା ପାଇ ପାରିବେ।

ଅନେକ ସମୟରେ ଜିଓ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ଦେଇ ଆସୁଛି। ଗ୍ରାହକମାନେ ମଧ୍ୟ ଜିଓ ଅଫରକୁ ଉପଭୋଗ କରିବା ସହ ସନ୍ତୁଷ୍ଟି ଲାଭ କରିଥିବା ଦେଖିବାକୁ ମିଳିଛି। ଠିକ୍ ସେହିଭଳି ରିଲାଏନ୍ସ ଜିଓ ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ଗ୍ରାହମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି।

ଜିଓ ଉପଭୋକ୍ତାମାନେ ଅନଲିମିଟେଡ କଲିଂ ଓ ଦିନକୁ ୧୦୦ ଏସଏମଏସର ସୁବିଧା ପାଇ ପାରିବେ। ଏହାକୁ କୌଣସି ଟେଲିକମ ଅପରେଟର ପକ୍ଷରୁ ଘୋଷଣା କରାଯାଇଥିବା ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ ବୋଲି କୁହାଯାଉଛି । ତେବେ ଜିଓ ପରେ ଅନ୍ୟ କମ୍ପାନିମାନେ ମଧ୍ୟ ସମାନ ଅଫର ଆଣିବାର ସମ୍ଭାବନା ରହିଛି।

ଅବଶ୍ୟ ବିଏସଏନଏଲର ଏପରି ଏକ ୧୬୯୯ ଟଙ୍କିଆ ପ୍ଲାନ ରହିଛି, କିନ୍ତୁ ତାହା ୩ଜି ସେବା ପାଇଁ ଉଦ୍ଦିଷ୍ଟ। କିଛିଦିନ ପୂର୍ବେ ଜିଓ ପକ୍ଷରୁ ଦୀପାବଳି ଅଫର ଘୋଷଣା କରାଯାଇଥିଲା। ଏହା ମାଧ୍ୟମରେ କମ୍ପାନି ୧୦୦ ପ୍ରତିଶତ କ୍ୟାସବ୍ୟାକ ଦେଉଛି ।

Comment