ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ଆସୁଥିବାବେଳେ ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ଥିବା ବାଣ ଉପରେ କଟକଣା ଲାଗିଛି।

ମଙ୍ଗଳବାର ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାରେ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ପ୍ରଦୂଷଣ ହେଉଛି। ତେଣୁ ପ୍ରଦୂଷଣ ସୃଷ୍ଟିକାରୀ ଏଭଳି ବାଣ ଉପରେ କଟକଣା ଲଗାଇବାକୁ ମତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏସ୍ ବୋପନ୍ନା ଓ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଥିଲେ।

“ପ୍ରଦୂଷଣକୁ ରୋକିବା କେବଳ କୋର୍ଟର କାମ ନୁହେଁ, ଏହା ସମସ୍ତଙ୍କ ଦାୟିତ୍ୱ। ରାଜ୍ୟ ସରକାରମାନେ ଏଥିପ୍ରତି ଗୁରୁତ୍ଵ ଦେବା ଦରକାର। ଆମର ଆଦେଶ କେବଳ ଗୋଟିଏ ରାଜ୍ୟ କିମ୍ବା ଦିଲ୍ଲୀ ଏନସିଆରରେ ସୀମିତ ନୁହେଁ, ଏହା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ”, କହିଛନ୍ତି ସୁପ୍ରିମକୋର୍ଟ।  

ଏହାପୂର୍ବରୁ ୨୦୨୧ ମସିହାରେ ମଧ୍ୟ ଦେଶରେ ବେରିୟମ ସଲ୍ଟ ଓ ଅନ୍ୟାନ୍ୟ କ୍ଷତିକାରୀ ରସାୟନ ଥିବା ବାଣ ଉପରେ କଟକଣା ଲଗାଇବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏବେ ସାରା ଦେଶର ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇନାହିଁ।

Tags: #Diwali #FireCrackersBan #Pollution #SupremeCourt #India     

Comment