ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ କୃଷି ଉତ୍ପାଦନର କ୍ଲଷ୍ଟର ଶୁଭାରମ୍ଭ କରିଛନ୍ତି। ୧୨ଟି ଆଦିବାସୀ ଜିଲ୍ଲାର କୃଷକ ହେବେ ଉପକୃତ।

କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଢ଼ିପ ଜମିରେ ଉଦ୍ୟାନ କୃଷି ଭିତ୍ତିକ ଚାଷ ପାଇଁ ଏହି କ୍ଲଷ୍ଟର କାର୍ଯ୍ୟକାରୀ ହେବ।

ଏହାଦ୍ୱାରା ୧ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହା ସହାୟକ ହେବ। ଏହା ଦ୍ୱାରା ୧୨ ଟି ଆଦିବାସୀ ଜିଲ୍ଲାର କୃଷକ ହେବେ ଉପକୃତ। ୪ ବର୍ଷ ମଧ୍ୟରେ ୧୨ ଟି ଜିଲ୍ଲାର ୪୦ ଟି ବ୍ଲକରେ ପ୍ରତିଷ୍ଠା ହେବ କ୍ଲଷ୍ଟର।

ଏହି କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଜୀବିକା ମିଶନ ଏବଂ ବିଆରଏଲଏଫ ମଧ୍ୟରେ ବୁଝାବଣା ପତ୍ର ସ୍ୱାକ୍ଷର କରାଯାଇଛି।

ଏହି କ୍ଲଷ୍ଟର ଜରିଆରେ ୬୫୦ଟି ଉତ୍ପାଦ ଗୋଷ୍ଠୀ ଏବଂ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ। ଯେଉଁଥିରେ ୧୬ ହଜାର ଏକର ଅଣଜଳସେଚିତ ଜମିକୁ ଜଳ ସେଚିତ ଜମିରେ ପରିଣତ କରାଯିବ। ସେଥିମଧ୍ୟରୁ ୮ ହଜାର ଏକର ଜମିରେ ଫଳ ବଗିଚା କରାଯିବ।

ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ୭୦ ହଜାର ଚାଷୀଙ୍କ ପାଇଁ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବ ଏବଂ ୩୦ ହଜାର ଚାଷୀଙ୍କୁ କୁକୁଡ଼ା ଏବଂ ଛେଳି ପାଳନ ନିମନ୍ତେ ଜମତ ଯୋଗାଇ ଦିଆଯିବ।

Comment