ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଗୁରୁବାର ଅଭାବୀନୟ ଘଟଣା ଘଟିଛି। ଚନ୍ଦକା ଅଭୟାରଣ୍ୟରୁ ବାଘୁଣୀ ଧରିବାକୁ ସାତକୋଶିଆ ଆସିଥିବା କୁମ୍‌କୀ ହାତୀ ଯଶୋଦା ଜଣଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁଦୂର ପ୍ରଧାନ। ତାଙ୍କ ଘର ମାଟିଆ ସାହି ଗାଁରେ।

ପୁରୁଣାକୋଟ ରେଞ୍ଜ ଅଫିସ ପରିସରରେ ହାତୀଟି ରହିଥିଲା। ଏହି ସମୟରେ ହାତୀକୁ ଏକ କଦଳୀ ଗଛ ଖୁଆଇ ଦେଇଥିଲେ ସୁଦୂର। କଦଳୀ ଗଛ ଖାଇବା ପରେ ସୁଦୂରକୁ ହାତୀ ଶୁଣ୍ଢରେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ସୁଦୂରର ମୃତ୍ୟୁ ଘଟିଥିଲା।

ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ। ଯଶୋଦା ହଠାତ୍ ଏମିତି କ’ଣ ପାଇଁ ଜଣଙ୍କର ଜୀବନ ନେଲା ତାର କାରଣ ଖୋଜୁଛନ୍ତି। ଯଶୋଦା ଭୋକିଲା ଥିବାରୁ ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here