ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରିଥିଲେ ସୁପ୍ରିମକୋର୍ଟ। ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କମିଶନରେଟ ପୋଲିସ ନିର୍ଦ୍ଦେଶନାମା ଜାରି କରିଥିଲା। ହେଲେ ଏହାକୁ ମାନିଲେନି ଟୁଇନସିଟିବାସୀ। ନିୟମ ଉଲ୍ଲଂଘନ କରି ବାଣ ଫୁଟାଇବା ଅଭିଯୋଗରେ  ଜରିମାନା ଗଣିଛନ୍ତି ୨୩୦ ଜଣ।  ଏହାସହ ୧୪୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ।

“ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ ପରେ ଦୀପାବଳିରେ ବାଣ ଫୁଟାଇ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଂଘନ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି”, କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।

କମିଶନରେଟ ପୋଲିସ ୨୩୦ ଜଣଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି। ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୋଲିସ କମିଶନର କହିଛନ୍ତି।

Comment