ଓଡ଼ିଶାଲାଇଭ୍ ବ୍ୟୁରୋ

ଧୂଆଁର ଚାଦରରେ ଘୋଡ଼ି ହୋଇ ରହିଛି ଦିଲ୍ଲୀ।

ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଦୂଷଣର କୁହୁଡ଼ି ଏବଂ ଧୂଆଁ ଘେରରେ ଦିଲ୍ଲୀ ବାସିନ୍ଦା। ଦୀପାବଳି ପରେ ଏହି ପ୍ରଦୂଷଣର ମାତ୍ରା ଅଧିକ ହୋଇଛି।

ଦୀପାବଳି ଦିନ ରାତିରେ ବାୟୁର ଗୁଣବତା ସୂଚକାଙ୍କ ୩୦୨ ରେକର୍ଡ ହୋଇଛି। ଯାହାକୁ ବିପଦଜନକ କହିଛି ସେଂଟ୍ରାଲ ପଲ୍ୟୁସନ କଂଟ୍ରୋଲ ବୋର୍ଡ।

ଗୁରୁବାର ସକାଳୁ ଦିଲ୍ଲୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି।

ଅନ୍ୟପଟେ ଦିଲ୍ଲୀର ଆନନ୍ଦ ବିହାର, ଜାହାଙ୍ଗିରପୁରା ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ସୂଚନା ମିଳିଛି।

ଏଭଳି ପରିସ୍ଥିତି ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ପ୍ରକାଶ ପାଇଛି। ପ୍ରଦୂଷଣ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଦିଲ୍ଲୀ ବାସିନ୍ଦା ମାସ୍କ ପିନ୍ଧି ଘରୁ ବାହାରକୁ ବାହାରୁଛନ୍ତି।

ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଗାଡ଼ି ମଟର ସଂଖ୍ୟା ବୃଦ୍ଧି ହେଉଛି ଏହାର ମୁଖ୍ୟ କାରଣ। ଏଥିସହ ଜଙ୍ଗଲ କ୍ଷୟ ଓ ଅଧିକ ସଂଖ୍ୟାରେ କଳକାରଖାନା ସ୍ଥାପନ କରିବା ଦିଲ୍ଲୀ ପ୍ରଦୂଷଣ ସ୍ଥିତିକୁ ଆହୁରି ଖରାପ କରିବାରେ ଲାଗିଛି।

Comment