ଓଡ଼ିଶାଲାଇଭ୍ ବ୍ୟୁରୋ

ସାଥି ଫାଉଣ୍ଡେସନର କିଛି ଯୁବ କର୍ମକର୍ତ୍ତାମାନେ ଭିନ୍ନ ଢଙ୍ଗରେ ପାଳିଛନ୍ତି ଦୀପାବଳି। ଆଲୋକର ପର୍ବ ଦୀପାବଳିରେ କଟକରେ ସାଥି ଫାଉଣ୍ଡେସନର କର୍ମକର୍ତ୍ତାମାନେ ଷ୍ଟେସନ ନିକଟରେ ଗରିବ ଲୋକଙ୍କ ସହ ମିଶି ଦୀପାବଳି ପାଳନ କରିଛନ୍ତି।

ସେମାନେ ଗରିବଙ୍କ ସହ ମିଶି ଦୀପ ଲଗାଇବା ସହ ବାଣ ଫୁଟାଇଛନ୍ତି। ଏହାଛଡ଼ା ସେମାନେ ମିଠା ମଧ୍ୟ ବାଣ୍ଟିଛନ୍ତି।

ସାଥି ଫାଉଣ୍ଡେସନର ଅଭିଜିତ ଦାସ କହିଛନ୍ତି, “ଗରିବ ଲୋକମାନେ ପର ଉପରେ ନିର୍ଭର କରି ଚଳିଥାନ୍ତି। ତାଙ୍କ ସାହା ଭରଷା କେହି ନଥାନ୍ତି। ତାଙ୍କ ମୁହଁରେ ହସ ଦେଖିବା ପାଇଁ ଆମେ ସେମାନଙ୍କ ସହ ଏହି ଆଲୋକର ପର୍ବ ପାଳନ କରିଛୁ।”

ସାଥି ଫାଉଣ୍ଡେସନର କର୍ମକର୍ତ୍ତା ଅଭିଜିତ ଦାସ, ବଳରାମ ସାହୁ, ଶକ୍ତି ପ୍ରସାଦ ବେହେରା, ରାଜେଶ ନାଏକ, ସନ୍ଧ୍ୟାରାଣି ଦଳାଇ ଓ ପ୍ରଜ୍ଞାସିନୀ ମଲ୍ଲିକଙ୍କ ନେତୃତ୍ୱରେ ଏହା ହୋଇଥିଲା।

LEAVE A REPLY

Please enter your comment!
Please enter your name here