ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୧ରେ ଚେନ୍ନାଇରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ ପାଇଁ ଶୁକ୍ରବାର ୧୪ ଜଣିଆ ଦଳ ଘୋଷଣା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୨-୦ ରେ ସିରିଜ ଆଗୁଆ ଥିବାରୁ ତୃତୀୟ ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ କରାଯାଇଛି।

ଦ୍ରୁତ ବୋଲର ଯଶପ୍ରୀତ ବୁମରାହ, ଉମେଶ ଯାଦବଙ୍କ ସହ ଚାଇନାମ୍ୟାନ କୁଲଦୀପ ଯାଦବ ଅନ୍ତିମ ମ୍ୟାଚ ଖେଳିବେ ନାହିଁ। ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ତିନି ଜଣଙ୍କୁ ବିଶ୍ରାମ ଦିଆଯାଇଛି। ସିଦ୍ଧାର୍ଥ କୌଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଉମେଶ, ବୁମରାହ ଏବଂ କୁଲଦୀପ ଶାରୀରିକ ରୂପେ ସୁସ୍ଥ ଥିବା ବିସିସିଆଇ ବିଜ୍ଞପ୍ତି ଜାରି କରି କହିଛି। ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ତିନିଟି ଟି୨୦ ମ୍ୟାଚ ଖେଳିବ।

ନଭେମ୍ବର ୨୧ରେ ବ୍ରିସବ୍ରେନ ପ୍ରଥମ ମ୍ୟାଚ ଖେଳାଯିବ। ୨୩ ରେ ଦ୍ୱିତୀୟ ଏବଂ ୨୫ରେ ତୃତୀୟ ଟି୨୦ ମ୍ୟାଚ ଖେଳାଯିବ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ଖେଳିବେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶେୟସ ଆୟାର, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ରିଷଭ ପନ୍ତ (ୱିକେଟକିପର), କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, କୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ଉମେଶ ଯାଦବ ଏବଂ ଖଲିଲ ଅହମ୍ମଦ।

Comment