ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ଘଟିଛି।

ଓଡ଼ିଆ ସିନେମା ଜଗତର ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ନାହାନ୍ତି। ମଙ୍ଗଳବାର ୭୬ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।

ଓଡ଼ିଆ ସିନେମାରେ ଅନେକ ଗୁଡ଼ିଏ ଗୀତରେ ସେ କଣ୍ଠଦାନ କରିଛନ୍ତି। ‘ଉଡ଼ିଗଲେ ଗେଣ୍ଡାଳିଆ’, ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଏ ପର୍ବତ କୁଞ୍ଚି କୁଞ୍ଚିକା’ ଓ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ଆଦି ଶହ ଶହ ଲୋକପ୍ରୀୟ ଗୀତ ହେଉଛି ଚିତ୍ତଙ୍କ ଚର୍ଚ୍ଚିତ ଗୀତ।

 

Comment