ଓଡ଼ିଶାଲାଇଭ୍ ବ୍ୟୁରୋ

ଗଙ୍ଗା ନଦୀରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଟର୍ମିନାଲ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀର ରାମନଗରରେ ହୋଇଥିବା ପ୍ରଥମ ମଲ୍ଟି ମୋଡାଲ ଟର୍ମିନାଲର ଉଦ୍‌ଘାଟନ କରିଛନ୍ତି। ଏହା ଦେଶରେ ପ୍ରଥମ ମଲ୍ଟି ମୋଡାଲ ଟର୍ମିନାଲ।

ଏହି ଟର୍ମିନାଲ ଅକ୍ଟୋବର ଶେଷ ସପ୍ତାହରେ କଲିକତାର ହଳଦିଆରୁ ବାହାରିଥିଲା।

୧୪୦୦ କିଲୋମିଟର ରହିଛି ଏହି ଟର୍ମିନାଲର ଲମ୍ବ। ଏହି ପ୍ରକଳ୍ପରେ ୨୦୬ କୋଟିର ଖର୍ଚ୍ଚ ହୋଇଛି।

ଏହି ଟର୍ମିନାଲ ସାହାର୍ଯ୍ୟରେ ୧୫୦୦ ରୁ ୨୦୦୦ ଟନର ସାମଗ୍ରୀ ପରିବହନ କ୍ଷମତା ଥିବା ବଡ଼ ଜାହାଜ ଯାତାୟାତ କରିପାରିବ।

ଟର୍ମିନାଲ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡ଼କରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।

Comment