ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ନିକଟରେ ୭ଟି ହାତୀଙ୍କର ମୃତ୍ୟୁ ହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ହାତୀ ମୃତ୍ୟୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ ମାନେକା ଚିଠି ଲେଖିଛନ୍ତି।

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନଥିବାରୁ ବିଶାଳକାୟ ପ୍ରାଣୀ ହାତୀ ବିପଦରେ ପଡ଼ୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି।

ମାନେକା ଗାନ୍ଧି ଚିଠିରେ ଉଲ୍ଲେଖ କରିଛନ୍ତି, “୨୦୧୧ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୪୩୫ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଆଘାତ ଏବଂ ଦୁର୍ଘଟଣାରେ ଅଧିକାଂଶ ହାତୀଙ୍କର ମୃତ୍ୟୁ ଘଟିଛି।

ସେ ଆହୁରି କହିଛନ୍ତି ଯେ ହାତୀ ମୃତ୍ୟୁ ରୋକିବା ପାଇଁ କେନ୍ଦ୍ର ସରକାର ଏ କେ ବିଶ୍ୱାଳ କମିଟି ଗଠନ କରିଛନ୍ତି। ବିଦ୍ୟୁତ ଆଘାତରେ ପ୍ରାଣ ହରାଉଥିବା ହାତୀଙ୍କ ପାଇଁ କିଛି ନିୟମ ମଧ୍ୟ ରହିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମାନେକା ଦାବି କରିଛନ୍ତି।

Comment