ଓଡ଼ିଶାଲାଇଭ୍ ବ୍ୟୁରୋ

ମାନସିକ ବିକାରଗ୍ରସ୍ତ ଜଣେ ମହିଳାଙ୍କ ପେଟରୁ  ଦେଢ଼ କେଜି ଓଜନର ଲୁହାକଣ୍ଟା ବାହାର କରାଯାଇଛି। ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିବ ପ୍ରାୟ ଦେଢ କିଲୋ ସୁନା ଏବଂ ଲୁହାକଣ୍ଟା ଗିଳିବା ପରେ ମହିଳାଜଣଙ୍କ କିପରି ବଞ୍ଚିଲେ? ଏଭଳି ଘଟଣା ଗୁଜରାଟର ସିବିଲ ହସ୍ପିଟାଲରେ ଘଟିଛି।

ସଙ୍ଗୀତା ନାମକ ୪୫ ବର୍ଷୀୟ ମହିଳା ‘ଏକୁଫେଜିୟା’ ନାମକ ଦୁର୍ଲଭ ରୋଗରେ ପୀଡ଼ିତ। ଯେଉଁଥିପାଇଁ ମହିଳା ଜଣଙ୍କ ଧାତବ ଜିନିଷ ଖାଇବାକୁ ପସନ୍ଦ କରୁଥିଲେ।

ଗୁଜରାଟର ରାଜରାସ୍ତାରେ ବୁଲୁଥିବାବେଳେ ମାନସିକ ବିକାରଗସ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାରେ ମହିଳାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା।

ହସ୍ପିଟାଲରେ ଭର୍ତ୍ତି ସମୟରେ ମହିଳାଙ୍କ ପେଟ ପଥର ପରି ଲାଗୁଥିଲା। ଏକ୍ସରେ କରିବା ପରେ ପେଟରେ ବାହ୍ୟ ପଦାର୍ଥ ଥିବା ଜଣାପଡ଼ିଥିଲା। ପାଖାପାଖି ୨ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା।

ମହିଳାଙ୍କ ପେଟରୁ ମଙ୍ଗଳସୂତ୍ର, ଚୂଡ଼ି, ଚେନ୍, ସେପ୍ଟି ପିନ୍, ନଟ୍ ବୋଲ୍ଟ ବାହାର କରାଯାଇଥିଲା। ସେପ୍ଟି ପିନ୍ ଗୁଡ଼ିକ ଫୁସଫୁସ ଦେହରେ ଲାଗି କଣା ହୋଇ ଯାଇଥିଲା। ଅପରେସନ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଅଛି ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର ନୀତିନ ପରମାର।

ସୂଚନାଯୋଗ୍ୟ, ପୂର୍ବରୁ ମାଇକେଲ୍‌ ଲୋଟିଟୋ ବୋଲି ଜଣେ ବ୍ୟକ୍ତି ଥିଲେ ଯିଏକି ଧାତୁ ନିର୍ମିତ ଜିନିଷ ଖାଇବା ପାଇଁ ଫେମସ୍‌ ଥିଲେ। ଏପରିକି ସେ ଟେଲିଭିଜନ ମଧ୍ୟ ଖାଇପାରୁଥିଲେ। ୫୭ ବର୍ଷ ବୟସରେ ୨୫ ଜୁନ ୨୦୦୭ରେ  ଲୋଟିଟୋଙ୍କ ମୃତ୍ୟୁ ହୋଇଥିଲା। ତାପରଠୁ ଏପରି ଖବର କେବେ ସାମ୍ନାକୁ ଆସି ନଥିଲା।

Comment