ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟରେ ଛୋଟ ପିଲାମାନଙ୍କ ସହିତ ଶିଶୁ ଦିବସ ପାଳନ କରିଛନ୍ତି। ଘାଟିକିଆ କଳିଙ୍ଗ ବିହାରର ଦି ୱିସଡମ୍ ଟ୍ରି ଗ୍ଲୋବାଲ ସ୍କୁଲର ୨ରୁ ୪ ବର୍ଷ ବୟସର ପିଲାମାନେ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ।

ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଶିଶୁ ଦିବସର ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। କୁନି କୁନି ପିଲାମାନଙ୍କ ସହିତ ଫଟୋ ଉଠାଇ ମୁଖ୍ୟମନ୍ତ୍ରୀ ଖୁସି ମନାଇଥିଲେ। ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଘରଚଟିଆ ଚଢ଼େଇର ବସା ଉପହାର ଦେଇଥିଲେ। (ଏଜେନ୍ସୀ)

Comment