ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ବିଶ୍ୱକପକୁ ଆଉ ୭ ମାସ ରହିଛି। ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ। ଏହାପୂର୍ବରୁ ଭାରତ ମାତ୍ର ୧୩ଟି ମ୍ୟାଚ ଖେଳିବ। ବିଶ୍ୱକପକୁ ନଜରରେ ରଖି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି।

ଆଗକୁ ଅଧିକ ମ୍ୟାଚ ନଥିବାରୁ ଚୟନ ହୋଇଥିବା ୧୫ ଖେଳାଳିଙ୍କୁ ନେଇ ଭାରତ ବିଶ୍ୱକପ୍ ଖେଳିବ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାସ୍ତ୍ରୀ ପ୍ରେସମିଟରେ ଏହି ସଙ୍କେତ ଦେଇଛନ୍ତି। ପରୀକ୍ଷା ନିରୀକ୍ଷା ସମୟ ସରିଛି, ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ସହ ଆହତ ସମସ୍ୟା କିଭଳି ନରହିବ ତାହା ଉପରେ ଫୋକସ ରହିଛି।

ଆମ ପାଖରେ ୧୩ଟି ମ୍ୟାଚ ଥିବାରୁ ସର୍ବଶ୍ରେଷ୍ଠ ଟିମ୍ ଖେଳାଇବାରେ ପ୍ରୟାସ କରିବୁ। ଏହି ମ୍ୟାଚରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି, ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ମ୍ୟାଚ ଭାରତ ଖେଳିବ। ଏହାପରେ ଅଷ୍ଟ୍ରେଲିଆ ଟିମ୍ ମଧ୍ୟ ଭାରତ ଗସ୍ତରେ ଆସି ୫ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବ।

ଶାସ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ବହୁ ବରିଷ୍ଠ ଖେଳାଳି ବିଶ୍ୱକପ ରେସରୁ ବାଦ୍ ପଡ଼ିପାରନ୍ତି। ଯୁବରାଜ ସିଂହ, ସୁରେଶ ରାଇନା ଓ ଗୌତମ ଗମ୍ଭୀରଙ୍କ ଭଳି ଖେଳାଳିଙ୍କ ବିଶ୍ୱକପ୍ ଖେଳିବା ସମ୍ଭାବନା କମ୍। ଟେଷ୍ଟ ଟିମରେ ଉପ-ଅଧିନାୟକ ଦାୟିତ୍ୱ ତୁଲାଉଥିବା ଅଜିଙ୍କ୍ୟ ରାହାଣେ ମଧ୍ୟ ବିଶ୍ୱକପ୍ ଖେଳିବାରୁ ବାଦ୍ ପଡ଼ିପାରନ୍ତି।

Comment