ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଭିଡିଓ କନଫରେନ୍ସିଂ ଜରିଆରେ ‘ଜାଗା ମିଶନ’ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଗୁରୁବାର ଏହାର ଶୁଭାରମ୍ଭ ହୋଇଛି।

କେନ୍ଦ୍ରାପଡ଼ା ପୌର ଟାଉନ ହଲଠାରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କେନ୍ଦ୍ରାପଡ଼ା ସହରର ୧୮୭ ଜଣ ଭୂମିହୀନ ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଥିଲେ।

କେନ୍ଦ୍ରାପଡା ସହରର କଜଳା, ଇଛାପୁର ଆଦି ଅଞ୍ଚଳରେ ରହୁଥିବା ବାରିପଦା, ମୟୂରଭଞ୍ଜ ଅଞ୍ଚଳର ବହୁ ଆଦିବାସୀ ପରିବାର ଏହି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏହାଛଡ଼ା ଅନ୍ୟାନ୍ୟ ବର୍ଗର ପରିବାର ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି ଜମିପଟ୍ଟା ବଣ୍ଟନ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ମାନସ ପରିଡ଼ା, ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସଂଜୟ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡ଼ା, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଥିବା ଭୂମିହୀନମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Comment