ଓଡ଼ିଶାଲାଇଭ୍‌ ବ୍ୟୁରୋ

hockey logo

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ଆସନ୍ତା ସପ୍ତାହରୁ ଅନ୍‌ଲାଇନ୍‌ରେ ବିକ୍ରି ହେବ ସମସ୍ତ ଟିକେଟ୍‌।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୭ ତାରିଖରେ ହେବ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ହକି ବଶ୍ୱକପ୍‌କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି। ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବରେ ଶାହାରୁଖ ଖାନ୍‌ ଓ ଏ ଆର ରହମାନ୍‌ଙ୍କୁ ଦେଖିବାକୁ ଲୋକ ଚାହିଁ ବସିଛନ୍ତି। ତେବେ ଉଦ୍‌ଘାଟନୀ ଟିକେଟ୍‌ ପାଇଁ ୧୫ ତାରିଖରେ ଦେଖାଦେଇଥିବା ପରିସ୍ଥିତିକୁ ଏଡ଼ାଇବା ପାଇଁ ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ଏବେ ଅନ୍‌ଲାଇନ୍‌ ମାଧ୍ୟମରେ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କାଉଣ୍ଟରରେ ନୁହେଁ, ଅନ୍‌ଲାଇନ୍‌ରେ ମିଳିବ ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ଆସନ୍ତା ସପ୍ତାହରୁ ଏସବୁ ଟିକେଟ୍ ବିକ୍ରି ହେବ। କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ୧୦ ହଜାର ୫ଶହ ଟିକେଟ୍‌ ଏବଂ ବାରବାଟୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରି ହେବ।

ତେବେ ଟିକେଟ୍ ବିକ୍ରି ହେବାର ୪୮ ଘଣ୍ଟା ପୂର୍ବରୁ ଏହି ସମ୍ପର୍କରେ ସୂଚନା ଦିଆଯିବ ବୋଲି ଏଫ୍ଆଇଏଚ୍‌ର ସଭାପତି ନରିନ୍ଦର ବାତ୍ରା ଶୁକ୍ରବାର ବସିଥିବା ଜେନେରାଲ୍ ବଡି ବୈଠକରେ ସୂଚନା ଦେଇଛନ୍ତି।

ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ଏବଂ ୨୮ ତାରିଖରେ ବାରବାଟୀରେ ହେବ। ଉଭୟ ସ୍ଥାନରେ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହମାନ୍‌ଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ।

ଉଦ୍‌ଘାଟନୀ ଉତ୍ସବ ଏବଂ ମ୍ୟାଚ୍‌ ଗୁଡ଼ିକର ସିଧାପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ସିଡି ଲାଗିବ ବୋଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି।

Comment