ଓଡ଼ିଶାଲାଇଭ୍ ବ୍ୟୁରୋ

ମେଲବର୍ଣ୍ଣ: ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦କୁ ଶୁକ୍ରବାର ରଦ୍ଦ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ବାରମ୍ବାର ବର୍ଷା ଦାଉ ସାଜିବାରୁ ପ୍ରଥମେ ଅଷ୍ଟ୍ରେଲିଆ ଇନିଂସକୁ ୧୯ ଓଭର କରି ଦିଆଯାଇଥିବା ବେଳେ ଭାରତକୁ ଡିଏଲ୍ ନିୟମ ଅନୁସାରେ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା।

ତିନି ମ୍ୟାଚ୍ ଶୃଙ୍ଖଳାର ୨ୟ ମ୍ୟାଚରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପ୍ରବଳ ଦର୍ଶକ ଏବଂ ପ୍ରଶଂସକ ଥିବା ବେଳେ ବର୍ଷା ଦାଉ ସାଜିଥିଲା। ଟସ୍ ଜିତି ଭାରତ ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା। ଏହା ପରେ ଭାରତକୁ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା। ବର୍ଷା ଶେଷ ହେବା ପରେ ଭାରତକୁ ୫ ଓଭରରେ ୪୬ ରନ୍ ଟାର୍ଗେଟ ମିଳିଥିଲା କିନ୍ତୁ ବର୍ଷା ପୁଣି ଆରମ୍ଭ ହୋଇଥିଲା। ଫଳରେ ୨ୟ ଇନିଂସ ଖେଳ ହୋଇ ପାରିନଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମେକଡରମଟ ୩୦ ବଲ ଖେଳି ୩୨ ରନ କରିଥିଲେ। ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା। ବୁମରାହା, କୁଲଦୀପ ଏବଂ କୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ ରେ ଆଗୁଆ ରହିଛି। ଆସନ୍ତା ୨୫ରେ ସିଡନୀରେ ଅନ୍ତିମ ମ୍ୟାଚ୍ ଖେଳାଯିବ।

Comment