ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳ ଗ୍ରହରେ ସଫଳ ଭାବେ ଅବତରଣ କରିଛି ମହାକାଶଯାନ ଇନସାଇଟ୍ ପ୍ରୋ।

ଆମେରିକା ଗବେଷଣା ସଂସ୍ଥା ନାସା ଦ୍ଵାରା ପଠାଯାଇଥିବା ମହାକାଶଯାନ ‘ଇନସାଇଟ୍ ପ୍ରୋ’ ସଫଳ ଭାବରେ ମଙ୍ଗଳ ଗ୍ରହରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ ଏହି ଯାନ ସୋମବାର ରାତି ୧.୩୦ରେ ପହଞ୍ଚିଥିଲା।

ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ଅନ୍ଵେଷଣ ପାଇଁ ନାସା ପକ୍ଷରୁ ଏହି ରୋବଟିକ୍ ଯାନକୁ ପଠାଯାଇଥିଲା। ମଙ୍ଗଳ ଗ୍ରହର ଅଧ୍ୟୟନ କରି ଏହି ଯାନ ପୃଥିବୀପୃଷ୍ଠକୁ ସୂଚନା ଦେବ।

ମହାକାଶରେ ଏହି ଯାନ ଘଣ୍ଟାକୁ ୧୯.୮୦୦ କିମି ବେଗରେ ଯାଉଥିବାବେଳେ ମଙ୍ଗଳ ଗ୍ରହରେ ପ୍ରବେଶ କରିବାର ୬ ମିନିଟ୍‌ ପରେ ଏହାର ବେଗ କମି ଯାଇଥିଲା।

ତେବେ ଏହି ଯାନଟି ୧ ବିଲିୟନ ଡଲାର ବ୍ୟୟରେ ନିର୍ମିତ ହୋଇଥିଲା।

ଏହି ଯାନ ମଙ୍ଗଳ ଗ୍ରହର ଅଧ୍ୟୟନ କରିବା ପାଇଁ ସିମ୍ମୋମିଟରର ବ୍ୟବହାର କରିବ। ଯାହାଦ୍ୱାରା ମଙ୍ଗଳଗ୍ରହର ଉତ୍ପତ୍ତି ଉପରେ ସୂଚନା ମିଳିପାରିବ।

ଏହି ‘ଇନସାଇଟ୍ ପ୍ରୋ’ ପ୍ରଥମ ଅନ୍ତରୀକ୍ଷ ଯାନ ଯାହା ମଙ୍ଗଳ ଗ୍ରହର ଅଧ୍ୟୟନ କରିବ। ଏହି ଯାନକୁ ୨୦୧୮ ମସିହା ମେ ୫ ତାରିଖରେ ମଙ୍ଗଳ ଗ୍ରହ ଅଭିମୁଖେ ପଠାଯାଇଥଲା। ଏହି ଯାନ ଦୀର୍ଘ ୬ ମାସ ପରେ ସଫଳ  ଓ ନିରାପଦ ଭାବେ ମଙ୍ଗଳରେ ଅବତରଣ କରିଛି।

Comment