(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ନାସା ପକ୍ଷରୁ ଆସନ୍ତା ବର୍ଷ ମଙ୍ଗଳ ଗ୍ରହକୁ ଏକ ବିମାନ ପଠାଯିବ। ଏଥିରେ ଯାତ୍ରା କରିବା ପାଇଁ ସାଧାରଣ ଲୋକଙ୍କ ପାଖକୁ ଆମନ୍ତ୍ରଣ ପଠାଯାଇଛି। ଚମକେଇବା ଭଳି ଖବର ହେଉଛି ଏକ ଲକ୍ଷରୁ ଅଧିକ ଭାରତୀୟ ମଙ୍ଗଳକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ନାସା ପାଖରେ ୧୩୮୮୯୯ ଜଣ ଭାରତୀୟ ନିଜ  ନାମ ପଞ୍ଜିକୃତ କରିଥିବା ଜଣାପଡିଛି।

ନାସା ସୂତ୍ରରୁ କୁହାଯାଇଛି ଯେ ଯେଉଁମାନଙ୍କ ନାମ ଚୂଡ଼ାନ୍ତ ହେବ ସେମାନଙ୍କୁ ଏକ ସିଲିକନ ମାଇକ୍ରୋଚିପ୍ ଦିଆଯିବ। ଏଥିରେ ମାଇକ୍ରୋବିମ୍ ଜରିଆରେ ସେମାନଙ୍କ ନାମ ଉଲ୍ଲେଖ ରହିବ। ଯେଉଁମାନେ ମଙ୍ଗଳ ଗ୍ରହ ଫ୍ଲାଇଟରେ ବସିବେ ସେମାନଙ୍କ ପାଖକୁ ଅନଲାଇନରେ ବୋର୍ଡିଂ ପାସ୍‍ ଯିବ।

ଅନ୍ୟ ଏକ ଖବର  ଅନୁସାରେ ନାସା ପାଖକୁ ୪୨ ଲକ୍ଷ ଲୋକଙ୍କ ନାମ ଆସିଛି। ମଜା କଥା ହେଉଛି ଏହି ଦରଖାସ୍ତକାରୀ ତାଲିକାରେ ଆମେରିକା ଏକ ନମ୍ବର ରେ ଥିବା ବେଳେ ଚୀନ ଦ୍ୱିତୀୟ ଓ ଭାରତ ତୃତୀୟ ସ୍ଥାନରେ ରହିଛି। କିଛି ବିଶେଷଜ୍ଞ କହିଛନ୍ତି ଯେତେବେଳେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ସେଥିରେ ଆମେରିକାର ହିଁ ବେଶୀ ଯାତ୍ରୀ ରହିବେ କାରଣ ଏହା ଆମେରିକାର ଫ୍ଲାଇଟ।

କହିରଖୁ ଯେ ଆସନ୍ତା ବର୍ଷ ମଇ ୫ ତାରିଖରେ ଏହି ଫ୍ଲାଇଟ ଯାତ୍ରା ଆରମ୍ଭ କରିବ ଏବଂ ୨୬ ନଭେମ୍ବରରେ ମଙ୍ଗଳରେ ପହଞ୍ଚିବ। ଏହି ମିଶନର ମୋଟ ଅବଧି ୭୨୦ ଦିନ।

Comment