ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବାପାକୁ ବଞ୍ଚାଇବା ପାଇଁ ୬ ମାସ ଧରି ଶବ ସହ ରହିଛି ପୁଅ। ପଡୋଶୀଙ୍କ ହସ୍ତକ୍ଷେପ ପରେ ପୋଲିସ ପୁଅକୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି।

ଝାଡ଼ଖଣ୍ଡ ଗିରିଡ଼ିହ ଅଞ୍ଚଳର ଇନ୍ଦିରା କଲୋନୀରେ ଗୋଟିଏ ପରିବାର ୬ ମାସ ଧରି ଏକ ଶବ ସାଙ୍ଗରେ ରହି ଆସୁଥିଲା।

ମୃତ ବ୍ୟକ୍ତିଙ୍କ ପୁଅଙ୍କ କହିବାନୁସାରେ ତାଙ୍କୁ ଜ୍ଞାତ ଥିଲା ଯେ, ସେ ପିତାଙ୍କୁ ପୁଣି ଥରେ ଜୀବିତ କରିପାରିବେ।

ସୂଚନା ଅନୁସାରେ, ମୃତ ବିଶ୍ୱନାଥଙ୍କ ଝିଅ ଟ୍ୟୁସନ୍ ପଢାଉଥିଲେ। ଟ୍ୟୁସନ୍ ପଢିବାକୁ ଆସୁଥିବା ପିଲାମାନଙ୍କୁ ଦୁର୍ଗନ୍ଧ ହେବାରୁ ଘରଲୋକ ସୁଗନ୍ଧୀତ ଧୁପକାଠୀ ଏବଂ ରୁମ୍ ଫ୍ରେସନର୍ ପକାଇ କଥା ଚାପିବାକୁ ଚେଷ୍ଟା କରି ଆସୁଥିଲେ।

କିଛି ମାସ ତଳେ ବିଶ୍ୱନାଥଙ୍କ ଦେହ ଅସୁସ୍ଥ ହୋଇଥିଲା ଏବଂ ଏହାର ଦୁଇଦିନ ପରେ ସେ କୁଆଡ଼େ ଗାୟବ ହୋଇ ଯାଇଥିଲେ। ଆଖପାଖ ଲୋକ ବିଶ୍ୱନାଥଙ୍କ ବିଷୟରେ ପଚାରିଲେ, ଚେନ୍ନାଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା କଥା ଘରଲୋକ କହୁଥିଲେ।

ଲୋକଙ୍କ କହିବା ମୁତାବକ ପ୍ରଶାନ୍ତ କୌଣସି ନରପିଶାଚଠାରୁ କମ୍ ନୁହେଁ। ମୃତକଙ୍କ ପତ୍ନୀ ଅନୁ କୁମାରୀଙ୍କ କହିବାନୁସାରେ ସ୍ୱାମୀଙ୍କ ମୃତ୍ୟୁ ଖବର ସେ ସମସ୍ତଙ୍କୁ ଜଣାଇ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିଲେ କିନ୍ତୁ ପୁଅ ପିତାଙ୍କୁ ବଞ୍ଚାଇବାକୁ କହି ଏ ବିଷୟରେ କାହାରିକୁ ନ ଜଣାଇବା ପାଇଁ କହୁଥିଲେ ଏବଂ ମାରପିଟ ମଧ୍ୟ କରୁଥିଲେ। ମୃତ ବିଶ୍ୱନାଥଙ୍କ ଝିଅଙ୍କ କହିବା ଅନୁସାରେ, ବାପାଙ୍କ ମୃତ୍ୟୁ କେଉଁଠି ଓ କିପରି ହୋଇଥିଲା ଜଣାନନଥିଲା। ମୃତ୍ୟୁର ଦୁଇ ଦିନ ପରେ ଘରକୁ ଶବ ଆଣିବା ପରେ କେମିକାଲ ମରାଯାଇଥିବା ଦେଖାଯାଇଥିଲା।

Comment