ଓଡ଼ିଶାଲାଇଭ୍‌ ବ୍ୟୁରୋ

 

କଳିଙ୍ଗ ଷ୍ଟାଡିୟମ ପରେ କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହେବ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ। ଏଥିରେ ମୁଖ୍ୟ ଆକର୍ଷଣ ରହିଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ୍‌ ଓ ଓସ୍କାର ବିଜେତା ପ୍ରଖ୍ୟାତ ସଙ୍ଗୀତକାର ଏଆର ରେହମାନ। ରେହମାନଙ୍କ ସ୍ଵରରେ ମତୁଆଲା ହେବେ ଦର୍ଶକେ। ଭୁବନେଶ୍ଵରରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରୁ ବଞ୍ଚିତ ହୋଇଥିବା ଦର୍ଶକ କଟକରେ ଏହାର ମଜା ନେଇପାରିବେ।

ତେବେ ସଲମାନ ଖାନ୍‌ଙ୍କୁ ଦେଖିବା ପାଇଁ କଟକରେ ଦର୍ଶକଙ୍କ ଭିଡ଼ ଲାଗି ରହିବ। ତେଣୁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନ ୨ଟା ୩୦ରୁ ଷ୍ଟାଡିୟମ ଗେଟ୍ ଖୋଲିଥିଲା ବେଳେ ସନ୍ଧ୍ୟା ୫ଟା ୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ।

କଟକରେ ହକି ଉଦ୍‌ଘାଟନୀ ସମାରୋହ ପାଇଁ ୧.୩୦ରୁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ଅଫିସ, ଶିକ୍ଷାନୁଷ୍ଠାନ।

ତେବେ ଷ୍ଟାଡିୟମକୁ ପ୍ରବେଶ ନେଇ କେତେକ କଟକଣା ଜାରି ହୋଇଛି। ଫିଙ୍ଗିଲା ଭଳି କୌଣସି ଜିନିଷ ଷ୍ଟାଡିୟମ ଭିତରକୁ ନିଆଯାଇପାରିବ ନାହିଁ। ଯେମିତିକି ପାଣି ବୋତଲ, ବ୍ୟାଗ୍, ଫଳ ଓ ବିସ୍କୁଟ ପ୍ୟାକେଟ୍ ଇତ୍ୟାଦି। ଏହି ସବୁ ଜିନିଷ ଉପରେ ରୋକ ଲଗାଯାଇଛି।

କଟକରେ ସୁରକ୍ଷା ବ୍ୟବସ୍ଥାରେ ୪୦ ଜଣ ସୁପରଭାଇଜିଂ ଅଫିସର, ୩୦୦ ଜଣ ଇନ୍‌ସ୍ପେକ୍ଟର, ୫୦ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି।

Comment