ଓଡ଼ିଶାଲାଇଭ୍ ବ୍ୟୁରୋ
ରାଇଜିଙ୍ଗ କାଶ୍ମୀର ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟାକରୀ ନାବେଦ୍ ଜଟ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ।
ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ରାଇଜିଙ୍ଗ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟାକରୀ ନାବେଦ୍ ଜଟ୍ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛି।
ଦୀର୍ଘ ଦିନ ହେଲା ବୁଖାରୀଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଥିଲା। ଏହି ହତ୍ୟା ମାମଲାରେ ନାବେଦର ହାତ ଥିବା ତଦନ୍ତରୁ ଜଣାପଡ଼ିଥିଲା।
ଜମ୍ମୁ କାଶ୍ମୀରର ବଡଗାମ୍ ଅଞ୍ଚଳରେ ବୁଧବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିୟମ ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ଭିତରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନାବେଦ୍ ଜଟ୍ ରହିଛି।
ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ବି ଆହତ ହୋଇଥିଲେ। ଆହତ ଯବାନଙ୍କ ଭିତରୁ ଜଣେ ସହିଦ ହୋଇଛନ୍ତି।

ସୁଜାତ ବୁଖାରୀ ରାଇଜିଙ୍ଗ କାଶ୍ମୀର ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଥିଲେ। ଗତ ଜୁନ ୧୪ ତାରିଖରେ ଆତଙ୍କବାଦୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲେ। ଏହାସହ ତାଙ୍କୁ ସୁରକ୍ଷା ଦେଉଥିବା ୨ ଯବାନଙ୍କର ମୃତ୍ୟୁ ଘଟିଥିଲା।
ବୁଧବାର ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ଭିତରେ ଗୁଳିବିନିମୟ ପରେ ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସ୍ଓଜି ଓ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।








ରାଇଜିଙ୍ଗ କାଶ୍ମୀର ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟାକରୀ ନାବେଦ୍ ଜଟ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ।









