ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୟୂରଭଞ୍ଜରେ ହତ୍ୟାକାଣ୍ଡ।

ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ ମାତାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମି ବାଡ଼ିକୁ କେନ୍ଦ୍ରକରି ମାତାସାହି ଗ୍ରାମର ଜଗନ୍ନାଥ ଖଣ୍ଡୁଆଳକୁ ପଥରରେ ଛେଚି ହତ୍ୟା କରିଛନ୍ତି। ଏହି ହତ୍ୟା ଅଭିଯୋଗରେ ଗ୍ରାମର ଦୁଇ ଅଭିଯୁକ୍ତଙ୍କୁ ଶରତ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ଭୀମ ସିଂ ଏବଂ ମହେଶ୍ଵର ସିଂ।

ପୂର୍ବରୁ ଜମିବାଡ଼ିକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ବଢ଼ିବାକୁ ଲାଗିଥିଲା। ଘଟଣା ଦିନ ସେମାନଙ୍କ ମଧ୍ୟରେ ବଚସା ଲାଗିବା ହେତୁ ଗଣ୍ଡଗୋଳ ରୂପ ନେଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଉତ୍ୟକ୍ତ ହୋଇ ଜଗନ୍ନାଥଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ପରେ ଦୁଇ ଅଭିଯୁକ୍ତ ପୋଲିସ ଆଗରେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ।

ଶରତ ଥାନା ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comment