ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ତୃତୀୟ ମ୍ୟାଚକୁ ଜିତିନେଇଛି ଆର୍ଜେଣ୍ଟିନା। ‘ପୁଲ-ଏ’ରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଛି। ଆର୍ଜେଣ୍ଟିନା ବିପକ୍ଷରେ ସ୍ପେନ ପ୍ରଥମ ଗୋଲ ଦେଇଥିବା ବେଳେ କିଛି ସମୟ ପରେ ଆର୍ଜେଣ୍ଟିନା ଏହାକୁ ସମାନ ସ୍ତରକୁ ଆଣିଥିଲା।

ସ୍ପେନ ତରଫରୁ ଜୋସେଫ ରୋମେୟୁ ଆଉ ଏକ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରିଥିଲେ। ଆର୍ଜେଣ୍ଟିନା ଏହାକୁ ପୁଣି ସମାନ ସ୍ତରକୁ ଆଣି ମ୍ୟାଚକୁ ୨-୨ରେ ପହଞ୍ଚାଇଥିଲା। କ୍ୱାର୍ଟର ୩ରେ ଆର୍ଜେଣ୍ଟିନା ନିଜର ତୃତୀୟ ଗୋଲ ସ୍ପେନ ବିରୋଧରେ ଦେଇଥିଲା।

କିଛି ସମୟ ପରେ ସ୍ପେନ ଏକ ଗୋଲ ଦେଇ ସମାନ ସ୍ତରକୁ ଆଣିଥିଲା। ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଏକ ଗୋଲ ଦେଇ ମ୍ୟାଚକୁ ୪-୩ରେ ଜିତିନେଇଛି।

Comment