ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୮ରୁ ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୁଲ ଏ ରେ ଦୁଇଟି ମ୍ୟାଚ୍ ଖେଳାଯିବ। ସଂଧ୍ୟା ୫ଟାରେ ଟିମ୍ ଆର୍ଜେଣ୍ଟିନା ମୁକାବିଲା କରିବ ସ୍ପେନ୍କୁ ଏବଂ ରାତି ୭ଟାରେ ନ୍ୟୁଜିଲାଣ୍ଡ ଟିମ୍ ସହ ଖେଳିବ ଫ୍ରାନ୍ସ ଟିମ୍।
ରିଓ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲା। ତେବେ ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ଦୃଢ଼ ଦାବିଦାର ରହିବ।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ସହିତ ଫ୍ରାନ୍ସ ଖେଳିବ। ଚଳିତ ବିଶ୍ୱକପରେ ଫ୍ରାନ୍ସ ଏଫଆଇଏଚ୍ ତାଲିକାରେ ୨୦ ନମ୍ବର ସ୍ଥାନରେ ରହିଛି।
ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ କ୍ରସଓଭର ମ୍ୟାଚ ଖେଳିବେ। ଅନ୍ୟପକ୍ଷେ ପ୍ରତି ପୁଲର ଶେଷ ସ୍ଥାନ ପାଇଥିବା ଦଳମାନଙ୍କର ବିଶ୍ୱକପ୍ ଅଭିଯାନ ସେହିଠାରୁ ହିଁ ଶେଷ ହୋଇଯିବ।


















