ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ଜଲନା ଥାନା ଭୋକ୍ରାଦନରେ ଅନରକିଲିଂ।  ବିବାହ ପୂର୍ବରୁ ଝିଅ ଗର୍ଭବତୀ ହେବା ଖବର ଶୁଣିବା ପରେ ବାପା ସାଜିଲା ହତ୍ୟାକରୀ। ରାଗରେ ବାପା ନିଜ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି।

ପୁନେର ଏକ ଘରୋଇ ସଂସ୍ଥାରେ ଛାୟା(ଛଦ୍ମନାମ) କାମ କରୁଥିଲା। ସେଠାରେ ସହକର୍ମୀ ଶୁଭମଙ୍କ ସହ ଛାୟାଙ୍କର ଧିରେ ଧିରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଛାୟା ଶୁଭମଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଗଲା। ଛାୟାର ପରିବାର ଲୋକେ ଏକଥା ଜାଣିବା ପରେ ଶୁଭଙ୍କ ସହ ବିବାହ ସ୍ଥିର କରିଥିଲେ। ବିବାହ ଦିନ ଶୁଭମଙ୍କୁ ଛାୟା ପରିବାର ଲୋକେ ବାରମ୍ବାର ଫୋନ କରି ବିବାହ ପାଇଁ ଡାକିଥିଲେ। କିନ୍ତୁ ଶୁଭମଙ୍କ ଫୋନ ଆଉ ଲାଗି ନଥିଲା।

ଝିଅ ଗର୍ଭବତୀ ହେବା ଖବର ଜାଣି ଛାୟାଙ୍କ ବାପାଙ୍କ ଆତ୍ମସମ୍ମାନରେ ଆଞ୍ଚ୍ ଆସିଥିଲା। ନିଜ ସମ୍ମାନକୁ ରଖିବାକୁ ଯାଇ ଝିଅକୁ ହତ୍ୟା କରିବାକୁ ପଛେଇଲେ ନାହିଁ। ୩ଜଣ ସମ୍ପର୍କୀୟଙ୍କ ସହ ମିଶି ଛାୟାଙ୍କୁ ଅମାନୁଷିକ ଭାବେ ହତ୍ୟା କରି ମରଶରୀରକୁ ଫିଙ୍ଗିଦେଲେ ଛାୟାଙ୍କ ବାପା। ପରେ ପୋଲିସ ତଦନ୍ତ ଆରମ୍ଭ କରି ହତ୍ୟାକାରୀ ବାପାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

Comment