ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁଲ-ଏ’ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ହକି ବିଶ୍ୱକପର ୧୪ତମ ସଂସ୍କରଣର ୪ର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡ ୨-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି।

ସହଜ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ନପାରିବାରୁ ଫ୍ରାନ୍ସକୁ ଏହି ମୂଲ୍ୟ ଦେବାକୁ ପଡ଼ିଛି।

ନ୍ୟୁଜିଲାଣ୍ଡ ପାଇଁ କେନ୍ ରସେଲ ଓ ଷ୍ଟିଫେନ୍ ଜେନିସ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୫୯ ମିନିଟରେ ଫ୍ରାନ୍ସର ଭିକ୍ଟର ସାର୍ଲେଟ ଗୋଟିଏ ଗୋଲ ଦେଇଥିଲେ। ଏହି ବିଜୟରୁ ନ୍ୟୁଜିଲାଣ୍ଡ ୩ ପଏଣ୍ଟ ହାସଲ କରିଛି।

Comment