ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏସଏସଏଫ ପକ୍ଷରୁ ଅଭିନବ ବିନ୍ଦ୍ରାଙ୍କୁ ସୁଟିଙ୍ଗ୍‌ର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’ ଦ୍ୱାରା ସମ୍ମାନିତ କରାଯାଇଛି।

ଭାରତୀୟ ଅଲମ୍ପିକ୍ ତଥା ବନ୍ଧୁକ ଚାଳନାରେ ବିଶ୍ୱ ଚାମ୍ପିୟନ ଅଭିନବ ବିନ୍ଦ୍ରା ପୁଣି ଥରେ ଦେଶର ନାଁକୁ ଉଚ୍ଚା କରିଛନ୍ତି। ଶୁକ୍ରବାର ଆନ୍ତର୍ଜାତିକ ବନ୍ଧୁକ ଚାଳନା ମହାସଂଘ(ଆଇଏସଏସଏଫ) ପକ୍ଷରୁ ଅଭିନବଙ୍କୁ ସୁଟିଙ୍ଗ୍‌ର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’ ଦ୍ୱାରା ସମ୍ମାନିତ କରାଯାଇଛି। ଏହି ସମ୍ମାନ ହାସଲ କରିବାରେ ଅଭିନବ ହେଉଛନ୍ତି ଦେଶରେ ପ୍ରଥମ।

ଆନ୍ତର୍ଜାତିକ ବନ୍ଧୁକ ଚାଳନା ମହାସଂଘ ଆଥଲେଟ୍ ସମିତିର ଚେୟାରମ୍ୟାନ ପଦବୀରେ ଭଲ ସେବା ପ୍ରଦର୍ଶନ କରିଥିବାରୁ ଅଭିନବଙ୍କୁ ଖେଳର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’ ଦ୍ୱାରା ସମ୍ମାନିତ କରାଯାଇଛି।

୨୦୦୮ ବେଜିଂ ଅଲମ୍ପିକରେ ଅଭିନବ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହା ଛଡ଼ା ୭ଟି କମନ୍ ୱେଲଥ୍‌ ଗେମ୍‌ସ ଓ ୩ଟି ଏସିଆନ ଖେଳରେ ସ୍ୱର୍ଣ୍ଣ ଜିତିଛନ୍ତି ସେ। ୨୦୦୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ଓ ୨୦୦୧ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିଳିଛି। ୨୦୦୬ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଅଭିନବ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଅଭିନବ ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ଆଇଏସଏସଏଫ ଆଥଲେଟ୍ ସମିତିର ସଦସ୍ୟ ଓ ୨୦୧୪ ରୁ ୨୦୧୮ ଏହାର ଚେୟାରମ୍ୟାନ ପଦବୀରେ ରହିସାରିଛନ୍ତି। ନିଜ କାର୍ଯ୍ୟକାଳ ସମୟରେ ଅଭିନବଙ୍କୁ ‘ପ୍ରେସିଡେଣ୍ଟସ୍ ବଟନ’ ଓ ‘ଡିପ୍ଲୋମା ଅଫ୍ ଅନର’ ଦ୍ୱାରା ସମ୍ମାନିତ କରାଯାଇଥିଲା। ୨୦୧୬ ମସିହାରେ ରିଓ ଅଲମ୍ପିକ ପରେ ୩୩ବର୍ଷିୟ ଅଭିନବ ନିଜ ଖେଳ ଜୀବନୀରୁ ଅବସର ନେଇଥିଲେ।

ଅଭିନବ ବିନ୍ଦ୍ରାଙ୍କ ଜୀବନୀରେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କୁ ନେଇ ଏକ ପିଲ୍ମ ନିର୍ମାଣ ଚାଲିଛି।

Comment