ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ କ୍ୟାମ୍ପସରେ ଆରମ୍ଭ ହୋଇଯାଇଛି  ସ୍କୁଲ ଗେମ୍ସ ଫେଡେରେଶନ ଅଫ୍ ଇଣ୍ଡିଆ ଟେନିସ୍ ମିଟ୍ – ୨୦୧୮

୬୪ତମ ସ୍କୁଲ ଗେମ୍ସ ଫେଡେରେଶନ ଅଫ୍ ଇଣ୍ଡିଆ ଟେନିସ୍ ମିଟ୍ ୨୦୧୮ କିଟ୍ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସରେ ଉଦ୍‌ଘାଟିତ ହୋଇଯାଇଛି । ନାଲକୋର ମୁଖ୍ୟ ପରିଚାଳକ ଡକ୍ଟର ତପନ କୁମାର ଚାନ୍ଦ ଏହାକୁ ଉଦ୍‌ଘାଟନ କରିଥିଲେ। ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାନ୍ଦ ଖେଳାଳିଙ୍କୁ ଉତ୍ସାହିତ ଉତ୍ସାହିତ କରିଥିଲେ।

“ଖେଳାଳିମାନଙ୍କ ବିକାଶ ତଥା ସେମାନଙ୍କ ପାଇଁ ସୁବିଧାସୁଯୋଗ ଯୋଗାଇ ଦେବ ଜାତୀୟ ବିଦ୍ୟାଳୟ କ୍ରିଡ଼ା । ଭବିଷ୍ୟତରେ ଅଲମ୍ପିକ ପାଇଁ ଖେଳାଳି ପ୍ରସ୍ତୁତ କରିବାରେ ଏହା ହିଁ ହେଉଛି ଉତ୍ତମ କ୍ଷେତ୍ର”, କହିଛନ୍ତି ଡକ୍ଟର ତପନ କୁମାର ଚାନ୍ଦ।

“ବର୍ତ୍ତମାନ  ଲୋକମାନଙ୍କର ଚିନ୍ତାଧାରା ଧୀରେଧୀରେ ବଦଳୁଛି। ଖେଳ ପ୍ରତି ଆଗ୍ରହ ରଖିବା ସହ ଖେଳକୁ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ଏହାହିଁ ପରିବର୍ତ୍ତନର ଆରମ୍ଭ। ଆମ ଦେଶ ଅଲମ୍ପିକ୍ସ ଆଡ଼କୁ ଧ୍ୟାନ ଦେବାପାଇଁ ଏହା ହିଁ ଉଚିତ୍ ସମୟ”, କହିଛନ୍ତି ଡକ୍ଟର ତପନ କୁମାର ଚାନ୍ଦ।

ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗରେ ଖେଳାଯାଉଛି।

LEAVE A REPLY

Please enter your comment!
Please enter your name here