ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୭ରେ ଟି-ଟ୍ୱେଣ୍ଟି ଓ ୨୦୧୧ ୱାର୍ଲ୍ଡ କପ୍ ଫାଇନାଲ ମ୍ୟାଚ୍‌ ଖେଳି ଜିତିଥିବା ଓପ୍‌ନର ଗୌତମ୍ ଗମ୍ଭୀର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଗ୍ରହଣ କରିଥିବା ଘୋଷଣା କରିଛନ୍ତି। ଗୌତମ୍ ଗମ୍ଭୀର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି।

ସନ୍ୟାସ ଗ୍ରହଣ କରିବା ପରେ କ୍ରିକେଟରଙ୍କ ସମେତ ତାଙ୍କର ଫ୍ୟାନମାନେ ତାଙ୍କୁ ତାଙ୍କର ପରବର୍ତ୍ତି କ୍ୟାରିୟର ଲାଗି ଶୁଭେଛା ଜଣାଇଛନ୍ତି। ତେବେ ଆଇପିଏଲରେ ଲମ୍ବା ସମୟଧରି ଫ୍ରାଞ୍ଚାଇଜ୍ ଥିବା ଶାହରୁଖ ଖାନ୍‌ବି ସୋସିଆଲ ମିଡିଆରେ ଗୌତମଙ୍କୁ  ଧନ୍ୟବାଦ ଲେଖିଛନ୍ତି। ଏବଂ ଗୌତମ ଜଣେ ସ୍ପେଶାଲ ମଣିଷ ଭଗବାନ ତାଙ୍କୁ ସବୁବେଳେ ଖୁସି ଆଉ ଶାନ୍ତି ଦିଅନ୍ତୁ ବୋଲି ସେ ତାଙ୍କ ଟୁଇଟର ପେଜରେ ଲେଖିଛନ୍ତି।

ହରଭଜନ ସିଂ ଗୌତମଙ୍କୁ ଚାମ୍ପିଅନ କହିବା ସହ ଆଗାମୀ ଭବଷ୍ୟତ ଲାଗି ଶୁଭକାମନା ଜଣାଇଛନ୍ତି। ଏହା ସହିତ କେକେଆର ଲାଗି ଖେଳୁଥିବା ଖେଳାଳିମାନେ ମଧ୍ୟ ଗୌତମ ଗମ୍ଭୀରଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ଲାଗି ଶୁଭେଛା ଜଣାଇଛନ୍ତି।

୧୯୯୯ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଗୌତମ ଗମ୍ଭୀର ଅନେକ ମ୍ୟାଚ ଜିତାଇଛନ୍ତି। ଅନେତ ଶତକ ମଧ୍ୟ କରିଛନ୍ତି। ଏହା ସହିତ ସେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।

Comment