ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ନାଇଡୁ।

ସଂସଦର ଆଗାମୀ ଶୀତ ଅଧିବେଶନ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡ଼ୁ ଡିସେମ୍ବର ୧୦ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଶୀତ ଅଧିବେଶନର ସୁପରିଚାଳନା ପାଇଁ ସହମତି ଲକ୍ଷ୍ୟରେ ସେ ଏହି ବୈଠକ ଡାକିଥିବା କୁହାଯାଉଛି।

ବିଭିନ୍ନ ସମୟରେ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହେଉଥିବାରୁ ନାଇଡ଼ୁ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ଆଗାମୀ ଶୀତ ଅଧିବେଶନ ସୁଚାରୁରୂପେ କିପରି ପରିଚାଳିତ ହେବ ସେ ନେଇ ନାଇଡୁ ସବୁଦଳର ନେତାମାନଙ୍କୁ ଏହି ବୈଠକରେ ଡାକିଛନ୍ତି।

ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଯୋଗ ଦେବେ।

ସଂସଦରେ  ଶୀତ ଅଧବେଶନ ଡିସେମ୍ବର ୧୧ରୁ ଆରମ୍ଭ ହୋଇ ଜାନୁଆରୀ ୮ରେ ଶେଷ ହେବ।

Comment