ଓଡ଼ିଶାଲାଇଭ ବ୍ୟୁରୋ

“ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଆମେ ବଦ୍ଧପରିକର। ଏହି ପ୍ରକଳ୍ପ ଆପଣଙ୍କ ପିଇବା ପାଣି ସମସ୍ୟା ଦୂର କରିବ। ବିକାଶ ପାଇଁ ବିଜେଡି ସବୁବେଳେ ଗୁରୁତ୍ଵ ଦେଉଛି। ସରକାରଙ୍କ ଅନେକ ଯୋଜନା ରହିଛି। ତାହାର ସୁଯୋଗ ନିଅନ୍ତୁ”, ମହାକାଳପଡ଼ା ବସୁଧା ଜଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସମ୍ବୋଧନ ଦେଇଛନ୍ତି।

ମହାକାଳପଡ଼ା ଓ ମାର୍ଶାଘାଇର ଲୋକେ ପାଇବେ ଏଣିକି ମିଠା ପାଣିର ସ୍ଵାଦ। ଏହି ଅଞ୍ଚଳବାସୀଙ୍କୁ ମଧୁର ପାଣି ଯୋଗାଇ ଦେବାପାଇଁ ଶନିବାର ମହାକାଳପଡ଼ାର ସରୁମୁହିଁଠାରେ ବସୁଧା ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ପ୍ରକଳ୍ପ ଦ୍ଵାରା ମହାକାଳପଡ଼ା ବ୍ଲକର ୧୪୮ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୩ଟି ଗାଁର ଲୋକେ ବିଶୁଦ୍ଧ ପାଣି ପିଇପାରିବେ। ଏହି ଅଞ୍ଚଳର ବାସିନ୍ଦାଙ୍କୁ ବସୁଧା ପ୍ରକଳ୍ପ ଅନୁଯାୟୀ, ପ୍ରତିଦିନ ୭୦ଲିଟର ପାଣି  ଯୋଗାଇ ଦିଆଯିବ। ଏହାସହ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନୂଆ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ୧୯୧୬ ନମ୍ବରରେ କଲ୍ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ।

୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଜରିଆରେ କେନ୍ଦ୍ରାପଡ଼ାବାସୀ ବିଶୁଦ୍ଧ ମିଠା ଜଳ ପାଇ ପାରିବେ।

Comment