ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁ ଶିଷ୍ୟ ସମ୍ପର୍କର ପୁନରୁଦ୍ଧାର କଲେ କେନ୍ଦ୍ରପଡ଼ା, କରିଲୋପାଟଣା ଜୟରାମ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ।

ଦିନକୁ ଦିନ ଦୂରେଇ ଦୂରେଇ ଯାଉଛି ଗୁରୁଶିଷ୍ୟର ସମ୍ପର୍କ। ହେଲେ ପରିବର୍ତ୍ତନଶୀଳ ଏହି ଶିକ୍ଷକ ଛାତ୍ରଙ୍କ ସମ୍ପର୍କକୁ ପୁଣି ତେଜିୟାନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା ଜୟରାମ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ।

୪୫ ବର୍ଷ ତଳେ ସ୍କୁଲ ଛାଡ଼ିଥିବା  ଛାତ୍ରଛାତ୍ରୀ ସେମାନଙ୍କ ଗୁରୁଙ୍କ ପାଦ ପୂଜା କରିଛନ୍ତି। ପରିଣତ ବୟସରେ ନିଜ ଗୁରୁଙ୍କୁ ପୂଜା କରି ବର୍ତ୍ତମାନର ଛାତ୍ର ସମାଜକୁ ବାର୍ତ୍ତା ଦେଇଛନ୍ତି ଏହି ପୁରାତନ ଛାତ୍ରଛାତ୍ରୀ।

୪୫ବର୍ଷ ତଳେ ଯେଉଁ ସ୍କୁଲର ଡେକ୍ସ ଓ ବେଞ୍ଚରେ ବସି ଗୁରୁଙ୍କ ସମ୍ମୁଖରେ ପାଠ ପଢୁଥିଲେ ଆଜି ସେହି ବେଞ୍ଚରେ ନିଜ ଗୁରୁଙ୍କ ସହ ବସିଥିଲେ ପୁରଣା ଛାତ୍ରଛାତ୍ରୀ।

୧୯୭୩ ମସିହାରେ ମାଟ୍ରିକ ପାସ୍ କରିଥିବା ସେଦିନର ଛାତ୍ରଛାତ୍ରୀ ମାନେ ଗୁରୁଶିଷ୍ୟ ସମ୍ପର୍କର ରୋମନ୍ଥନ କରିଛନ୍ତି।

ପୁରୁଣା ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କରିଲୋପାଟଣା  ଜୟରାମ ହାଇସ୍କୁଲର ସେହି ସମୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଶତପଥୀ, ଶିକ୍ଷକ ଧରଣୀଧର ଷଡ଼ଙ୍ଗୀ, ନିଶାମଣି ପରିଡା, ମଦନେମାହନ ସାମଲ, ପ୍ରତାପ କୁମାର ରାଉତରାୟ , ଜୁଗଳ କିଶୋର ପୃଷ୍ଟି, ଶରତ ଚନ୍ଦ୍ର ମିଶ୍ର, ପ୍ରତାପ ଚନ୍ଦ୍ର ପ୍ରଧାନ, ହଳଧର ମାହାଳି, ଶରତ ଚନ୍ଦ୍ର ଜେନା (କ), ଶରତ ଚନ୍ଦ୍ର ଜେନା (ଖ), ବିଜୟ କେତନ ପ୍ରଧାନ ଓ ନିମାଇଁ ଚରଣ ସ୍ଵାଇଁଙ୍କ ଯୋଗ ଦେଇଥିଲେ।

ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରି କରି ଅବସର ନେଇ ସାରିଥିବା ଛାତ୍ରଛାତ୍ରୀମାନେ ବି ଯୋଗ ଦେଇଥିଲେ।

Comment