ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷର୨୦୧୮ର ସବୁଠୁ ଧନୀ ବ୍ୟକ୍ତି କୁହାଯାଉଥିବା ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ଓ ଆନନ୍ଦ ପିରାମିଲଙ୍କ ବିବାହ ବୁଧବାର ସମ୍ପନ୍ନ ହୋଇଛି। ଏହି ବିବାହକୁ ନେଇ ଏବେ ସମସ୍ତଙ୍କ ମନରେ ଅନେକ କିଛି କୌତୁହଳ। ତେବେ ଆସନ୍ତୁ ଜାଣିବା ଏହି ବିବାହକୁ ନେଇ ୧୦ଟି ଅଜଣା କଥା।

୧- ମୁକେଶ ଅମ୍ବାନିଙ୍କ ଝିଅ ଇଶା ଓ ଆନନ୍ଦଙ୍କ ବିବାହ ବୁଧବାର ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ବଲିଉଡ ଷ୍ଟାରଙ୍କଠୁ ଆରମ୍ଭ କରି ରାଜନେତା, କ୍ରିକେଟର ସାମିଲ ହୋଇଥିଲେ।

୨- ଇଶାଙ୍କ ବିବାହ ମୁମ୍ବାଇର ଏଣ୍ଟିଲିଆରେ ଆୟୋଜନ କରାଯାଇଥିଲା। ଏହି ବିବାହରେ ଆମେରିକାର ପୁର୍ବ ବିଦେଶ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ, ପୁର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ, ଗୃହମନ୍ତ୍ରୀ ରାଜନାଥ ସିଂ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେନେକା ଗାନ୍ଧି, ସାଉଥ ସୁପରଷ୍ଟାର ରଜନୀକାନ୍ତ ସାମିଲ ହୋଇଥିଲେ।

୩- ବିବାହ ଦିନ ୨୭ ମହଲା ବିଶିଷ୍ଟ ଏଣ୍ଟିଲିଆ ଭବନ ଠିକ ଏକ ନୂଆ ବୋହୂ ପରି ସଜେଇ ହୋଇଥିଲା। ସାଜସଜ୍ଜାର ମୁଖ୍ୟ ଆକର୍ଷଣ ଥିଲା ଫୁଲ, ଦୀପ ଓ ଲାଇଟ। ଯାହା ଆସିଥିବା ଅତିଥୀଙ୍କୁ ଖୁବ ପସନ୍ଦ ଆସିଥିଲା।

୪- ଘରର ମୁଖ୍ୟ ଗେଟକୁ ବିଭିନ୍ନ ପ୍ରକାର ଗୋଲାପରେ ସଜା ଯାଇଥିଲା। ଏହାସହିତ ଏଣ୍ଟିଲିଆ ଭବନର ପାଖାପାଖି ଅଞ୍ଚଳକୁ ମଧ୍ୟ ଖୁବ ସୁନ୍ଦର ଭାବେ ସଜାଯାଇଥିଲା ଯାହା ସମସ୍ତଙ୍କୁ ଅକର୍ଷିତ କରିଥିଲା।

୫- ବୁଧବାର ମଧ୍ୟାହ୍ନ ସମୟରେ ମୁକେଶ ଅମ୍ବାନିଙ୍କ ଦୁଇପୁଅ ଘୋଡ଼ାରେ ବସି ଆନନ୍ଦଙ୍କ ଘରକୁ ଯାଇ ତାଙ୍କୁ ନିମନ୍ତ୍ରଣ ଦେଇଥିଲେ। ବିବାହର ଏହା ଏକ ପ୍ରଥା ଯେଉଁଥିରେ କନ୍ୟାର ଭାଇ ବର ଘରକୁ ଯାଇ ନିମନ୍ତ୍ରଣ କରିଥାନ୍ତି ଯାହାପରେ ବରପକ୍ଷରୁ ବାରାତି ଆସିଥାଏ।

୬- ଏହା ପରେ ଆନନ୍ଦ ନିଜ ପରିବାର ସାଙ୍ଗଙ୍କ ସହ ଏଣ୍ଟିଲିଆ ଭବନ ପହଞ୍ଚିଥିଲେ ଏହା ପରେ ଭରତୀୟ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ଗୁରୁବାର ସକାଳେ ଇଶା ଆନନ୍ଦଙ୍କ ଘରକୁ ଯାଇଥିଲେ।

୭- ବିବାହରେ ସାମିଲ ହୋଇଥିବା ବରଯାତ୍ରୀମାନେ ଗୋଟିଏ ପ୍ରକାର ଡ୍ରେସ ପିନ୍ଧିଥିଲେ। ଝିଅମାନେ ମାଛପରି ଡ୍ରେସ ପିନ୍ଧିଥିବା ବେଳେ ପୁଅମାନେ ମଧ୍ୟ ଗୋଟିଏ ପ୍ରକାର ଡ୍ରେସ ପିନ୍ଧିଥିଲେ। ଅତିଥିମାନେ ଫର୍ମାଲ ଗେଟଅପରେ ଆସିଥିଲେ।

୮- ଇଶା ଏବଂ ଆନନ୍ଦ ରାଜସ୍ଥାନର ଯୋଧପୁରରେ ପ୍ରିୱେଡିଂ ସେଲିବ୍ରେସନ କରିଥିଲେ। ଯେଉଁଥିରେ ବଲିଉଡଠୁ ଆରମ୍ଭ କରି ହଲିଉଡ ପଯ୍ୟନ୍ତ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ।

୯- ୧୪ଡିସେମ୍ବରରେ ଉଭୟଙ୍କ ରିସେପସନ ପାର୍ଟି ମୁମ୍ବାଇ କରାଯିବ। ଯେଉଁଥିରେ ଓସ୍କାର ବିଜେତା ଏ ଆର ରେହମାନ ସଙ୍ଗୀତ ପରିବେଷଣ କରିବେ।

୧୦- ମୁକେଶ ଓ ନୀତା ଅମ୍ବାନିଙ୍କ ଝିଅ ଇଶା ଏବେ ୨୭ବର୍ଷର। ଇଶା ଏବେ ରିଲାଏନ୍ସ ଜିଓର ବୋର୍ଡ ଅଫ ଡାଇରେକ୍ଟରରେ କାମ କରୁଛନ୍ତି। ଏହା ସହିତ ଇଶା ରିଲାଏନ୍ସର ରିଟେଲ ବେଞ୍ଚର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି।

Comment