ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ପରାଜୟ ହୋଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୨୮୭ ରନ୍‌ରେ ବିଜୟ ଲକ୍ଷ୍ୟକୁ ପିଚ୍ଛା କରୁଥିବା ଭାରତ ପର୍ଥ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଛି। ଟେଷ୍ଟର ଚତୁର୍ଥ ଦିନରେ ବ୍ୟାଟିଂ କରିବା ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ସୋମବାର ୪ର୍ଥ ଦିନ ଶେଷ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୧୧୨ ରନ୍‌ କରିଥିଲା।

ବିଜୟଠାରୁ ୧୭୬ ରନ୍‌ ଦୂରରେ ଥିବା ଭାରତୀୟ ଦଳ ମଙ୍ଗଳବାର ବ୍ୟାଟିଂ ଆରମ୍ଭ କରିଥିଲା। ହନୁମା ସୋମବାର ରନ୍‌ରେ ମାତ୍ର ୪ ରନ୍‌ ଯୋଡ଼ି ୨୭ ରନ୍‌ରେ ମଙ୍ଗଳବାର ପ୍ରଥମେ ଅଉଟ୍‌ ହୋଇଥିଲେ। ୨୮୭ ରନ୍‌ରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଜିତିବାକୁ ସକ୍ଷମ ହୋଇନଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟ୍ରାକ ଏବଂ ନେଥନ ଲିୟନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜୋଶ ହେଜେଲଉଡ୍ ଏବଂ ପ୍ୟାଟ୍‌ କମିନ୍ସ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୨୬ ରନ୍‌ କରିଥିବା ବେଳେ ଭାରତ ୨୮୩ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା।

ଭାରତର ଖରାପ ପ୍ରଦର୍ଶନ

ଟାର୍ଗେଟ ପିଛା  କରୁଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଇନିଂସର ଚତୁର୍ଥ ବଲରେ ହିଁ ଲୋକେଶ ରାହୁଲଙ୍କ ଓ୍ଵିକେଟ୍ ହରାଇଥିଲା। ରାହୁଲ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ବିଜୟରେ ହିରୋ ସାଜିଥିବା ଚେତେଶ୍ଵର ପୂଜାରା ମଧ୍ୟ ଚାରି ରନ କରି ଜୋଶ ହେଜେଲଉଡଙ୍କ ବଲରେ ଓ୍ଵିକେଟ୍ କିପର ଟିମ ପେନଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ଶସ୍ତାରେ ଆଉଟ୍ ହୋଇଛନ୍ତି ।

କୋହଲି ୧୭ ରନ କରି ଆଉଟ୍ ହୋଇଥିଲେ। ନାଥନ ଲିୟନଙ୍କ ବଲରେ କୋହଲି ଆଉଟ୍ ହେବା ଭାରତକୁ ଶକ୍ତ ଝଟକା ଲାଗିଥିଲା। ଏହାର ପରବର୍ତ୍ତୀ ଓଭରରେ ଲିୟନ ବିଜୟଙ୍କୁ ବୋଲ୍ଡ କରି ଭାରତକୁ ଆଉ ଏକ ଝଟକା ଦେଇଥିଲେ। ଭାରତୀୟ ଦଳ ୫୫ ରନରେ ଚାରୋଟି ଓ୍ଵିକେଟ୍ ହରାଇ ସଙ୍କଟରେ ରହିଥିଲା। ଏହା ପରେ ଆଜିଙ୍କ୍ୟ ରାହାଣେ ଓ ହନୁମା  ବିହାରୀ ମିଶି ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୫ମ ଓ୍ଵିକେଟ୍ ପାଇଁ  ୪୩ ରନ ଯୋଡିଥିଲେ। ଏହା ପରେ ଭାରତକୁ ରାହାଣେଙ୍କ ରୂପେ ପଞ୍ଚମ ଝଟକା ଲାଗିଥିଲା। ସେ ୩୦ ରନ କରି ଜେଜେଲଉଡଙ୍କ ବଲରେ ଆଉଟ୍ ହୋଇଥିଲେ। ଏହି ପରି ଭାରତ ୯୮ ରନରେ ଦଳର ଅଧା ବ୍ୟାଟସମ୍ୟାନ ହରାଇଥିଲା। ଦିନର ଖେଳ ଶେଷ ସୁଦ୍ଧା ହନୁମା ବିହାରୀ ୨୪ ଓ ଋଷଭ ପନ୍ତ ୯ ରନ କରି କ୍ରିଜରେ ଅପରାଜିତ ଅଛନ୍ତି।

Comment