ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ଜୟପୁରରେ ହେବ ଆଇପିଏଲ ଖେଳାଳିଙ୍କ ନିଲାମ।

୨୦୧୯ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍) ପାଇଁ ମଙ୍ଗଳବାର ଖେଳାଳିଙ୍କ ନିଲାମୀ ହେବ। ଏହି ନିଲାମୀରେ ୩୫୦ ଖେଳାଳି ସାମିଲ ହେବେ। ସେମାନଙ୍କ ମଧ୍ୟରେ ୨୨୮ ଭାରତୀୟ ଖେଳାଳି ରହିଛନ୍ତି।

ତେବେ ଏହି ନିଲାମୀ କାର୍ଯ୍ୟକ୍ରମ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଦିନ ୨ଟା ୩୦ରେ ଆରମ୍ଭ ହେବା। ଏହି ନିଲାମୀ ପାଇଁ ପ୍ରଥମେ ୧୦୦୩ ଖେଳାଳି ରେଜିଷ୍ଟର କରିଥିଲେ। ସେମାନଙ୍କ ଭିତରୁ ୩୪୬ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଇଂଲଣ୍ଡର ଇୟାନ ମାର୍ଗନ, ଅଷ୍ଟ୍ରେଲିଆର ରେଲି ମେରଡିଥ, ଭାରତୀୟ ଖେଳାଳି ମୟଙ୍କ ଡାଗର ଓ ପ୍ରଣବ ଗୁପ୍ତାଙ୍କୁ ସାମିଲି କରାଯିବା ପରେ ଖେଳାଳିଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଛି।

ଏଥର ଆଇପିଏଲ ସହ ଜଡିତ ୮ଟି ଫ୍ରାଞ୍ଚାଇସ ଖେଳାଳିଙ୍କ ନିଲାମ ଡାକିବେ। କୋଟି କୋଟି ଟଙ୍କାରେ ଖେଳାଳିଙ୍କ ନିଲାମ ହେବ।

ଏଥିରେ ଓଡ଼ିଶାର ୨ ଖେଳାଳି ପପୁ ରାୟ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନାମ ରହିଛି।

Comment