ଓଡ଼ିଶାଲାଇଭ୍ ବ୍ୟୁରୋ 

ଭାରତୀୟ ମହିଳା କ୍ରିକେଟ ଦଳର କୋଚ୍ ପାଇଁ ଗରୁବାର ସାକ୍ଷାତକାର, ଦୌଡ଼ରେ ଗ୍ୟାରି କିର୍ଷ୍ଟନ, ହର୍ସଲ ଗିବ୍ସ, ରମେଶ ପାୱାର।

ଭାରତୀୟ ମହିଳା କ୍ରିକେଟ ଦଳର ନୂଆ କୋଚ୍ ଯୁକ୍ତି ପାଇଁ ଗୁରୁବାର ଏକ ସାକ୍ଷାତକାର ହେବ। ମୁମ୍ବାଇରେ ବିସିସିଆଇର ଚୟନ ପ୍ୟାନେଲ ଏହି ସାକ୍ଷାତକାର ନେବେ। ତେବେ ଏହି ପଦ ପାଇଁ ୩ ଦାବିଦାର ଗ୍ୟାରି କିର୍ଷ୍ଟନ, ହର୍ସଲ ଗିବ୍ସ, ରମେଶ ପାୱାର ରହିଛନ୍ତି।

ଏହି ପଦ ପାଇଁ ୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଭିତରୁ ୧୦ ଜଣକୁ ସର୍ଟଲିଷ୍ଟ କରାଯାଇଛି। ଯେଉଁମାନଙ୍କୁ ସାକ୍ଷାତକାରପାଇଁ ଡକାଯାଇଛି ସେମାନଙ୍କ ଭିତରେ କିର୍ଷ୍ଟନ, ଗିବ୍ସ, ପାୱାର ରହିଛନ୍ତି।

ଏମାନଙ୍କ ବ୍ୟତୀତ ଡବ୍ଲ୍ୟୁବି  ରମଣ, ଭେଙ୍କଟେସ ପ୍ରସାଦ, ଟ୍ରେଣ୍ଟ ଜନସନ, ମାର୍କ କୋଲ୍ସ, ମନୋଜ ପ୍ରଭାକର, ବ୍ରେଡ ହଗ, ଦିମିତ୍ରୀ ମାସ୍କରେହନ୍ସ ସାମିଲ ଅଛନ୍ତି।

“କ୍ରିକେଟର ବହୁ ପୁରାତନ ବରିଷ୍ଠ ଖେଳାଳି ଏହି ସାକ୍ଷାତକାରରେ ସାମିଲ ଅଛନ୍ତି। ତେଣୁ  ସର୍ବଶ୍ରେଷ୍ଠ ପାର୍ଥୀଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର କୋଚ୍ ପାଇଁ ଚୟନ କରାଯିବ”, ବିସିସିଆଇର ଜଣେ ଅଧିକାରୀ ଗଣମାଧ୍ୟମରେ ଏହା କହିଛନ୍ତି।

Comment