ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ସ୍ମାରକୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଡ଼ିଶାର ସର୍ବ ପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ପାଇକ ବିଦ୍ରୋହ ସ୍ମାରକୀ ଚେୟାର। ଏହାକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ସୂଚନା ଦେଇଛନ୍ତି।

ଐତିହାସିକ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୨୪ରେ ଦିନିକିଆ ଗ୍ରସ୍ତରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ସ୍ମାରକୀ ଚେୟାର ଉଦ୍‌ଘାଟନ କରିବା ସହ ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିବେ ମୋଦି।

ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି, “ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ବକ୍ସି ଜଗବନ୍ଧୁ ମହାପାତ୍ରଙ୍କ ଚେୟାର ପ୍ରତିଷ୍ଠା ପାଇଁ ଅନୁରୋଧ କରାଯାଇଥିଲା। ଯାହା ଦ୍ୱାରା ପାଇକ ବିଦ୍ରୋହ ଓ ସମସାମୟିକ ଆନ୍ଦୋଳନ ବାବଦରେ ଅଧିକ ଗବେଷଣା କରାଯାଇପାରିବ। ଏହା ନୂଆ ପିଢ଼ିଙ୍କ ପାଇଁ ବିଶେଷ ସହାୟକ ହେବ।”

Comment